Friday, September 25, 2026
ADVERTISEMENT
Home ଆଞ୍ଚଳିକ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ ସାଙ୍ଗକୁ, ମୁକୁଳା ପଡ଼ିଛି ଡ୍ରେନ । ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି...

ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ ସାଙ୍ଗକୁ, ମୁକୁଳା ପଡ଼ିଛି ଡ୍ରେନ । ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ମନୁଷ୍ୟ ଓ ପଶୁ

557
ADVERTISEMENT

ପାରଳାଖେମୁଣ୍ଡି,୯/୯(ପ୍ରଭାତ କୁମାର ପାତ୍ର): ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ ସାଙ୍ଗକୁ, ମୁକୁଳା ପଡ଼ିଛି ଡ୍ରେନ। ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ମନୁଷ୍ୟ ଓ ପଶୁ। ନିର୍ମାଣଧୀନ ନାଳରେ ଖସିପଡ଼ି ଫସି ରହିଛି ତିନୋଟି ଗୋରୁ। ଦୀର୍ଘ ସମୟ ଧରି ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି ଅଗ୍ନିଶମ ବିଭାଗ ଓ ପୋଲିସ କର୍ମଚାରୀ। ତଥାପି ଗୋରୁଙ୍କ ସଙ୍କଟ ଟଳିନି । ନାଳ ମଧ୍ୟରେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି କିଛି ଲୋକ ପୋଲିସକୁ ଖବର ଦେଇଥିଲେ। ପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ତଥାପି ସଫଳ ହୋଇନଥିଲେ। ଜେସିବି ମେସିନ ଦ୍ବାରା ନାଳର ଛାତ ଭାଙ୍ଗିବା ପରେ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଥିଲେ ତିନୋଟି ଗୋରୁ। ତେବେ ବର୍ଷ ବର୍ଷ ଧରି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରାସ୍ତା କାମ ଓ ନାଳ ନିର୍ମାଣ ପଡ଼ି ରହିଥିବାରୁ ଏହିପରି ଅସଂଖ୍ୟ ଅଘଟଣା ଘଟିଚାଲିଛି। ଏଥିପ୍ରତି ନା ଅଛି ବିଭାଗୀୟ ଅଧିକାରୀଙ୍କ ତତ୍ପରତା ନା ଅଛି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି। ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ସହ ସମ୍ପୃକ୍ତ ବିଭାଗର ସମନ୍ବୟର ଅଭାବ ମଧ୍ୟରେ ବିପଦର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକ।

Advertisement