କୁକୁଡାଖଣ୍ଡି,୮/୯(ଇ.ରଞ୍ଜନ) :କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚାପଡ଼ା ସମବାୟ ସମିତି ଲିଃ କାର୍ଯ୍ୟାଳୟ ସମୁଖରେ ମଙ୍ଗଳବାର ପୂର୍ବାହ୍ନ ସମୟରେ ଜଗଦଳପୁର.ନିମଖଣ୍ଡି, ଯୋଗିଆ ପଲ୍ଲୀ ଚାଷୀଙ୍କ କ୍ଷତଜମିକୁ ସାରଅଭାବରୁ ସମବାୟ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ବୃଦ୍ଧି ପାଇଥିଲା l ରାଜ୍ୟ ଓ କେନ୍ଦ୍ରସରକାର ଚାଷୀଙ୍କ ଉର୍ନତି ଦେଶର ପ୍ରଗତି ଦିବାଆଲୋକରେ ସପ୍ନ ପ୍ରସ୍ତୁତି କରୁଥିବା ବେଳେ ଚାଷୀ କ୍ଷତଜମି ଧାନ ଉତ୍ପାଦନ କରିବା ପାଇଁ ସାରଉପରେ ଭରସାଯୋଗ୍ୟ ରହିଥାନ୍ତି କିନ୍ତୁ ସରକାର ଚାଷୀ କୁଳ ବିକାଶ ଦିଗରେ ସ୍ୱଳ୍ପଟଙ୍କାରେ ସାର ଯୋଗାଇଦେବା ପାଇଁ କୃଷି ଓ ସମବାୟବିଭାଗକୁ ନିର୍ଦେଶରହୁଥିବା ବେଳେ ସମବାୟ ବିଭାଗରେ ଚାଷୀ ଆକଳନ ଅନୁଯାୟୀ ମହଜୂତ ଭାବେ ସାର ନଥିବା ଯୋଗୁଁ ଚାଷୀଙ୍କୁ ସାର ମିଳୁନାହିଁ । ଯାହାଫଳରେ ସ୍ୱଳ୍ପଧନର ସାର କରୋନା କାଳର ମାନ୍ଦା ଆର୍ଥିକ ଅବସ୍ଥା ସମୟରେ ବ୍ରହ୍ମପୁର ବଜ଼ାରରେ ମହଙ୍ଗାଦରରେ ସାର କିଣାପଡୁଥିବା ଚାଷୀଙ୍କୁ ଚିନ୍ତାଘାରିଲାଣି ଅନ୍ୟପକ୍ଷରେ ସମବାୟ ବିଭାଗଚାଷୀଙ୍କ ନିକଟରେ ସେବାପହଁଚାଉଥିବା ବାଃ ବାଃ ନେଉଛନ୍ତି ବଲି ଚାଷୀଙ୍କ ମହଲରେ ତୀବ୍ର ଆସନ୍ତୁଷ୍ଟ ପ୍ରକାଶ କରନ୍ତି । ତେଣୁ କଳାବଜ଼ାର ସାର କୁ ରୋକିବା ପାଇଁ କୃଷିବିଭାଗ ଗୁରୁତ୍ୱ ଦେଲେ ଚାଷୀ ଉପକୃତ ହେବେ ବୋଲି ବୁଦ୍ଧିଯିବି ମତପୋଷଣ କରିଛନ୍ତି ।


















