କୋଦଳା,୬/୯,(ସୂର୍ଯ୍ୟନାରାୟଣ ବଡୁ) : ଶନିବାର କୋଦଳା ଊପକାରାଗରକୁ ଜୈଲ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଅଚାନକ ପରିଦର୍ଶନରେ ଆସିଥିଲେ । ସେଠାରେ ପହଞ୍ଚି ବିଚାରାଧୀନ ବନ୍ଦିଙ୍କ ବିଷୟରେ ଜୈଲ ସୁପରିଟେଣ୍ଦେଣ୍ଟ ବିଭେନ୍ଦୁ ଭୂୟାଁ ଓ ଅତିରିକ୍ତ ଜୈଲର ପ୍ରକାଶ ପାଣିଗ୍ରାହୀଙ୍କ ସହିତ ଆଲୋଚନା କରିଥିଲେ ।ସେମାନଙ୍କ ସ୍ବାସ୍ଥ୍ୟ ଓ ଖାଦ୍ୟ ପରିବେଷଣ ଉପରେ ଫାର୍ମାସିଷ୍ଟ ଉପେନ୍ଦ୍ର ପଣ୍ଡାଙ୍କୁ ପଚାରି ବୁଝିଥିଲେ । ଜୈଲ ପରିସରରେ ଆବଶ୍ୟକତା ଠାରୁ ବହୁ ଅଧିକ ବନ୍ଦି ଥିବାରୁ ଉଦବେଗ ପ୍ରକାଶ କରିଥିଲେ ଓ ସଙ୍ଗେ ସଙ୍ଗେ ନିକଟରେ ଥିବା ପୋଲିସ ଡେପୁଟି ପ୍ରୋଜେକ୍ଟ ମେନେଜର ଗୌରହରି ପ୍ରଧାନଙ୍କୁ ଅତିଶୀଘ୍ର କାରାଗାର ପରିସରରେ 100 ବିଚାରାଧୀନ ବନ୍ଦି ରହିବା ନିମନ୍ତେ ଏକ ଗ୍ରୁହ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ବନ୍ଦି ମାନଙ୍କ ପାଇଁ ରନ୍ଧାଖାଦ୍ୟର ମାନ ପରିକ୍ଷ୍ୟା କରି ସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି ।ଏହି ସମୟରେ କୋଦଳା ଉପକାରାଗାରକୁ ଖାଦ୍ୟସାମଗ୍ରୀ ଯୋଗାଉଥିବା ଠିକାଦାର ଅଭୟ କୁମାର ସାହୁଙ୍କ ସମେତ ସମସ୍ତ ଜୈଲ କର୍ମକର୍ତ୍ତା ଉପସ୍ଥିତ ଥିଲେ ।



















