Thursday, September 17, 2026
ADVERTISEMENT
Home ଆଞ୍ଚଳିକ ରୋଟାରୀ କ୍ଳବ ଇଷ୍ଟ ତରଫରୁ ଫଳନ୍ତି ବୃକ୍ଷ ରୋପଣ ଓ ବୁନ୍ଦା ଜଳସେଚନ ପ୍ରକଳ୍ପ ଉଦ୍ଘାଟନ

ରୋଟାରୀ କ୍ଳବ ଇଷ୍ଟ ତରଫରୁ ଫଳନ୍ତି ବୃକ୍ଷ ରୋପଣ ଓ ବୁନ୍ଦା ଜଳସେଚନ ପ୍ରକଳ୍ପ ଉଦ୍ଘାଟନ

329
ADVERTISEMENT

ଛତ୍ରପୁର,୩୧-୦୮-୨୦୨(ଡିଏଚ): ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ଆନୁକୂଲ୍ୟରେ ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣ ପୁର ଗ୍ରାମରେ ଅଗ୍ରଣୀ ଚାଷୀ ବୀରକିଶୋର ପ୍ରଧାନଙ୍କ ଏକ ଏକର ପରିମିତ ଜମିରେ ଚଳନ୍ତି ବୃକ୍ଷ ରୋପଣ ସହ ବୁନ୍ଦା ଜଳସେଚନ ପ୍ରକଳ୍ପ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।କ୍ଳବର ସଭାପତି ରଂଜିତ କୁମାର ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏଇ କାର୍ଯ୍ୟକ୍ରମରେ ଟାଙ୍ଗଣାପଲ୍ଲୀ ସରପଞ୍ଚ କୁମାରୀ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।ସମ୍ମାନୀତ ଅତିଥି ରୂପେ ରୋଟାରୀ କ୍ଳବ ବ୍ରହ୍ମପୁର ପୂର୍ବତନ ସଭାପତି ତାପସ କୁମାର ପାଣିଗ୍ରାହୀ ଯୋଗଦେଇ ବ୍ରହ୍ମପୁର ଅଞ୍ଚଳରେ ପ୍ରଥମ କରି ଏଇଭଳି କାର୍ଯ୍ୟକ୍ରମ ରୋଟାରୀ କ୍ଳବ ଇଷ୍ଟ ତରଫରୁ ଆୟୋଜିତ ହେଉଥିବା ରୁ ପ୍ରଶଂସା କରିଥିଲେ ।କ୍ଳବର ସଂପାଦକ କାମରାଜୁ ମହାରଣା କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ ।କ୍ଳବର ପୂର୍ବତନ ସଭାପତି ବୃନ୍ଦ ଗଦାଧର ରାଉଳ,ସ୍ବରାଜ୍ୟ ସାହୁଙ୍କ,ଅସିତ ଦତ୍ତ, ଅଜିତ କୁମାର ପୃଷ୍ଟି,ପ୍ରଦୀପ ପଟ୍ଟନାୟକ, ଦୁର୍ଗା ଶଙ୍କର ରାଓ, ଇନର ହ୍ବିଲ କ୍ଳବର ର ସଭାନେତ୍ରୀ ଅରୁଣିମା ଦାଶ,ଅମିତା ରାଉଳ,ସୁନାତା ପଣ୍ଡା,ସଂଯୁକ୍ତା ଚୌଧୁରୀପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନ, ଉପଦେଷ୍ଟା କୋରା ମହାରଣା, ଯୁବ ଗୋଷ୍ଠୀ ର ଅମରେଶ୍ବର ସାହୁ,ମନୋଜ ପ୍ରଧାନ, ସରୋଜ ପ୍ରଧାନ,ଦୁର୍ଯ୍ୟୋଧନ ପ୍ରଧାନ ପ୍ରମୁଖ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Advertisement