Thursday, September 17, 2026
ADVERTISEMENT
Home ଗଞ୍ଜାମ ସ୍ବାସ୍ଥ୍ୟ ସଚେତନ ଶିବିର

ସ୍ବାସ୍ଥ୍ୟ ସଚେତନ ଶିବିର

216
ADVERTISEMENT

କୋଦଳା,୨୭/୮(ସୂର୍ଯ୍ୟନାରାୟଣ ବଡୁ) : କରୋନା କଣ ? ଏହା କାହିଁକି ଆସିଲା ? ଏହା କେବଳ ନିରାମିଷାଶୀ ଲୋକଙ୍କୁ କାହିଁକି ସଂକ୍ରମଣ ହେଉଛି ? ବିଭିନ୍ନ ପ୍ରକାର ନୁଆ ନୁଆ ରୋଗ ଦାଉରୁ କିପରି ନିଜକୁ ରକ୍ଷ। ପାଇପାରିବା ଏ ସବୁକୁ ନେଇ ଏକ ସଚେତନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି । କରୋନା ମହାମାରୀ ସମୟରେ କରୋନାକୁ ମାତ୍ ଦେବାପାଇଁ ଟି ଏମ ସି ଆୟୁର୍ବେଦା ସଙ୍ଗଠନ ସଦସ୍ୟ ମାନଙ୍କ ଦ୍ଵାରା ବେଗୁନିଆପଡ଼ା ବ୍ଲକ ଭାବିନିପୁର ଗ୍ରାମରେ ଏକ ସ୍ବାସ୍ଥ୍ୟ ସଚେତନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନର ସଦସ୍ୟ ଅନୁ , ଦେବାଶିଷ ,ଅକ୍ଷୟ , ସାଗର , ସହଦେବ , ପ୍ରଶାନ୍ତ ସମେତ ଭାବିନିପୁର ଗ୍ରାମବାସୀଙ୍କ ମଧ୍ୟ ରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଆଲୋଚନା ହୋଇଥିଲା । ଅନୁ , ଶାଗର ଓ ଦେବାଶିଷ ଗ୍ରାମବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ବିଷୟରେ ପରାମର୍ଶ ଦେଇ ବିଭିନ୍ନ ପ୍ରକାର ଅଜଣା ରୋଗ ଶିକାରରୁ ନିଜକୁ ବଞ୍ଚାଇବା ଆୟୁର୍ବେଦ। ହିଁ ଏକମାତ୍ର ବିକଳ୍ପ ବୋଲି କହିଥିଲେ । ଆୟୁର୍ବେଦା ଦ୍ଵାରା ବହୁ ପୁରାତନ ରୋଗ ସମୁଳେ ବିନାଶ ହୋଇପାରିବ ବୋଲି କହିଥିଲେ ।ସ୍ବାସ୍ଥ୍ୟ ଉପରେ ସମସ୍ତେ ସଚେତନ ରହି ରାସାୟନିକ ଦ୍ରବ୍ୟ କୁ ବର୍ଜନ କରି ଆୟୁର୍ବେଦା ଆପଣାଇ ନିଜକୁ ସ୍ବାସ୍ଥ୍ୟଵାନ ରଖିବା ସହ ଅନ୍ୟକୁ ସ୍ବାସ୍ଥ୍ୟଵାନ କରିବା ପାଇଁ ପରାମର୍ଶ ଦେଇଥିଲେ ।

Advertisement