Sunday, November 8, 2026
ADVERTISEMENT
Home ଆଞ୍ଚଳିକ ଦୁଇ ପ୍ରକଳ୍ପର ଶୁଭ ଉଦଘାଟନ କଲେ କବିସୂର୍ଯ୍ୟନଗର ବିଧାୟିକା

ଦୁଇ ପ୍ରକଳ୍ପର ଶୁଭ ଉଦଘାଟନ କଲେ କବିସୂର୍ଯ୍ୟନଗର ବିଧାୟିକା

248
ADVERTISEMENT

କୋଦଳା,୨୬/୦୮(ସୂର୍ଯ୍ୟନାରାୟଣ ବଡୁ ) : କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର୪ ଖଦାଳ ସାହି ଠାରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷ୍ଯରୁ ଘର ଘରକୁ ପାନୀୟ ଜଳ ଓ କୋଦଳା ଏନଏସି ଉନ୍ନୟନ କାର୍ଯ ମଧ୍ୟରୁ ଛୋଟ ବଡ଼ ତିନିସାହିରେ ପେବର ବ୍ଲକ ରାସ୍ତା ନିର୍ମାଣକୁ ମାନନିୟା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ କରକମଳରେ ଶୁଭ ଉଦଘାଟନ ହୋଇଯାଇଛି।ଉକ୍ତ ସାହିକୁ ପାନୀୟ ଜଳ ର ଅଭାବ ସାଙ୍ଗକୁ ପୂର୍ତ୍ତବିଭାଗ ରାସ୍ତା ଠାରୁ ସାହିଗୁଡିକ ବହୁତ ଖାଲରେ ଥିବା ନେଇ ସାହି ବାସିନ୍ଦା ବହୁ ଦିନ ଧରି ଦାବୀକରିଆସୁଥିଲେ । ବିଧାୟିକା ସାହିବାସିନ୍ଦାଙ୍କ ଅନୁରୋଧ ରକ୍ଷ୍ୟାକରି ଏହାକୁ ଗୁରୁତ୍ଵ ଦେଇ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଦୁଇ କାର୍ଯ ଶେଷ ହୋଇଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ ଏସଡିପିଓ ରମେଶ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତି ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମେତ ସାହି ବାସିନ୍ଦାଙ୍କ ଉପସ୍ଥିତରେ ଲୋକାର୍ପଣ କରିବା ସହିତ ସେମାନଙ୍କ ସହିତ କିଛି ସମୟ ସେମାନଙ୍କ ପାଖରେ ରହି ଆଉ କିଛି ସମସ୍ୟା ଅଛି କି ବୋଲି ପଚାରି ବୁଝିଥିଲେ ଓ ସମସ୍ୟା ଗୁଡିକର ସମାଧାନ ଶୀଘ୍ର କରିବାକୁ ଚେଷ୍ଟା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Advertisement