ବ୍ରହ୍ମପୁର,୨୦/୮( ବିଶ୍ୱରଂଜନ): ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ପୋଲିସକୁ ପୁଣି ସଫଳତା । ନୂଆଗାଁ ପୋଲିସ ତିନି ଜଣ ଯୁବକଙ୍କୁ ଗିରଫ କରିଛନ୍ତି । ସେମାନେ ହେଲେ ବଡ଼କେଲଝୁରି ଗ୍ରାମର ଜିତେନ୍ଦ୍ର ପ୍ରଧାନ ଓରଫ ଜିତୁ ଏବଂ ଚିନ୍ମୟ ପ୍ରଧାନ । ଅନ୍ୟ ଜଣେ ନାବାଳକ ବୋଲି ଜଣାପଡିଛି । ଏହି ଯୁବକ ମାନେ ସେହି ଅଂଚଳର ଦୁର୍ଦାନ୍ତ ଅପରାଧୀ ଠେସା କାଳିଆ ଗୋଷ୍ଠିର ବୋଲି ପୋଲିସ କହିଛି । ସେମାନଙ୍କ ଠାରୁ ପୋଲିସ ଏକ ବାଇକ ଦୁଇଟି ଜୀବନ୍ତ ବୋମା ସହ ଗୋଟିଏ ଖଣ୍ଡା ଜବତ କରିଛି । ଏହା ସହ ଚୋରି ମୋବାଇଲ୍ ଏବଂ ନଗଦ ୨୮00 ଟଙ୍କା ଜବତ କରିଛି । ପୂର୍ବରୁ ପୋଲିସ ଏହି ଗ୍ୟାଙ୍ଗର ୬ ଜଣ ଯୁବକଙ୍କୁ ଗିରଫ କରି ଜେଲ ପଠାଇ ସାରିଛି । ଏହି ଯୁବକ ମାନେ ସେହି ଅଞ୍ଚଳରେ ବାଲି ମାଫିଆ ଭାବେ ପରିଚିତ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ବାଲି ମାଫିଆମାନେ ଦୀର୍ଘ ଦିନ ଧରି ବାଲି ଚୋରା ଚାଲାଣ କରି ମାଲାମାଲ ହେଉଥିବା ବେଳେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ଘଟୁଛି । ପୋଲିସ ଏହି ବାଲି ମାଫିଆଙ୍କ ଉପରେ ନଜର ରଖି ଚଢ଼ାଉ ଆରମ୍ବ କରିଛି ।


















