ଦିଗପହଣ୍ଡି,୨୦/୮(ସପନ ଦାସ) : ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଆଧୁନିକ ଭାରତର ନିର୍ମାତା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ୰ରାଜୀବ ଗାନ୍ଧୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ଯୁବନେତା ଶ୍ରୀ ଚିନ୍ମୟ କୁମାର ହୋତାଙ୍କ ନେତୃତ୍ୱରେ ଚାରା ବଣ୍ଟନ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବହୁସଂଖ୍ୟକ ଯୁବ କର୍ମୀ ଯୋଗ ଦେଇ ରାଜୀବ ଗାନ୍ଧୀଙ୍କ ଶ୍ରୁତି ଚାରଣ ସହ ଆଧୁନିକ ଭାରତ ନିର୍ମାଣରେ ରାଜୀବ ଗାନ୍ଧୀଙ୍କ ମହତ୍ତ୍ୱ ଅବଦାନ ଉପରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାର ଯୁବ କଂଗ୍ରେସ କିପରି ସୁଦୃଢ଼ ହେବ ସେ ବିଷୟରେ ଆଲୋଚନା ମଧ୍ୟ କରାଗଲା ଏହି କାର୍ଯ୍ୟକ୍ରମରେ ଚିନ୍ମୟ କୁମାର ହୋତା ,ସିଦ୍ଧାନ୍ତ କୁମାର ସାହୁ ,ପ୍ରଭାକର ତ୍ରିପାଠୀ ,ସୁପ୍ରଭା କୁମାରୀ ଦାସ,ମିଥୁନ ବିଶୋଇ,ଭବାନୀ ସାହୁ ,ରବି ଦାସ ,ଗଗନ କୁମାର ସାହୁ ,ସିଦ୍ଧାର୍ଥ ଦୋରା ,ରୋଶନ ମହାନ୍ତି ଓ ବହୁତ ଯୁବ ନେତା ଓ ଯୁବନେତ୍ରୀ ଯୋଗ ଦେଇଥିଲେ ।


















