କୁକୁଡାଖଣ୍ଡି ,୧୯/୦୮,( ଇ.ରଞ୍ଜନ ) : କୁକୁଡାଖଣ୍ଡି ବ୍ଲକର ବ୍ରହ୍ମପୁର ସୀମାବର୍ତ୍ତୀ ଅଞ୍ଚଳ ଜଗଦଳପୁର, ନିମଖଣ୍ଡି, ଲୋଚାପଡ଼ା ୩ ଗୋଟି ପଞ୍ଚାୟତ ତହିଁରୁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଗୋଟେ ଥିବାବେଳେ ଅନ୍ୟ ଦୁଇଟି ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ ରାସ୍ତା ଏତେ କଦର୍ଯ୍ୟରେ ରହିଛି ଯେ କେତେବେଳେ ବଡ଼ ଦୁର୍ଘଟଣାରେ ପ୍ରାଣହାନି ହେବାର ଆଶଙ୍କା କରୁଛନ୍ତି ସ୍ଥାନୀୟ ବାସିନ୍ଦା ବହୁ ସମୟରେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି ପ୍ରଶାସନ ଅଧିକାରୀ ମଧ୍ୟ ସେହି ରାସ୍ତାରେ ଦୈନିକ ଯାତାୟତ କରିଥାନ୍ତି କିନ୍ତୁ କାହାରି ନଜର ପଡୁଥିଲେ ମଧ୍ୟ ଅଣଦେଖା କରୁଥିବା ଅଞ୍ଚଳବାସି ଅଭିଯୋଗ କରିଛନ୍ତି l ସେହି ଅଞ୍ଚଳରେ ବର୍ଷା ହେଲେ ରାସ୍ତାରେ କୁତ୍ରିମ ବନ୍ୟା ସୃଷ୍ଟି ହୋଇ ଲୋକେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି l ଚର୍ଚ୍ଚା ହେଉଛି ଗୋଟିଏ ମୁଖ୍ୟରାସ୍ତା ଦୁଇ ଦୁଇଟି ପ୍ରଭାବଶାଳୀ ବିଧାୟକଙ୍କ ଗଡ଼ ସେଠାରୁ ଆଖିଦୃଷ୍ଟିଆ ଭୋଟ ମଧ୍ୟ ହାତେଇଛନ୍ତି କିନ୍ତୁ ରାଜନୌତିକ ବ୍ୟକ୍ତିବିଶେଷ ମଧ୍ୟରୁ ଗୋପାଳପୁର ବିଧାୟକ ନିରବ ପଦର୍ଶନ କରୁଥିବା ବେଳେ ଦିଗପହଣ୍ଡି ବିଧାୟକ ବିଧାନସଭା ବାଚସ୍ପତି ରହି ବିଧାୟକମାନଙ୍କ ଗୁହାରି ଶୁଣାଣି କରନ୍ତି କିନ୍ତୁ ନିଜ ଅଞ୍ଚଳବାସିଙ୍କ ବିକାଶର ଗୁହାରି କେବେ ଶୁଣାଣି କରିବେ ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହେଉଛି ପଞ୍ଚାୟତ ଇଲେକ୍ସନ ହୋଇ ୩ ବର୍ଷ ବିତିଗଲା କିନ୍ତୁ ଆଖିଦୃଷ୍ଟିଆ ବିକାଶର ଉଦ୍ଘାଟନ ହୋଇନଥିବା ଲୋକେ ବିରକ୍ତି ପ୍ରକାଶ କରୁଥାନ୍ତି l ରୋଡ଼ର ବିକାଶ ନୁହେଁ କି ଯାନିବିଲି ପ୍ରକଳ୍ପ ନିଜଅଞ୍ଚଳରେ ରହିମଧ୍ୟ ବିଶୁଦ୍ଧ ପାଣିପାଇବା ପାଇଁ ଜଗଦଳପୁର, ନିମଖଣ୍ଡି ଲୋକଙ୍କ ପାଇଁ ଦିବାଆଲୋକର ସ୍ବପ୍ନ ପ୍ରସ୍ତୁତି ଚାଲିଛି ପାନିୟ ଜଳର ଅଭାବୀରେ ଲୋକେ ଅସନ୍ତୋଷ ପ୍ରକାଶ କରନ୍ତି କରୋନା ଯୋଗୁଁ ରାସ୍ତା ଘାଟର ବିକାଶ ହେବ କି ନାହିଁ ଲୋକଙ୍କୁ ଚିନ୍ତା ଘାରିଲାଣି l


















