ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା

229
ADVERTISEMENT

ଭୁବନେଶ୍ୱର,୩୦/୭ ଏଜେନସି : ଓଡ଼ିଶା ରସଗୋଲାକୁ ଜିଆଇ (ଭୌଗୋଳିକ ସାଙ୍କେତିକ)ଟ୍ୟାଗ୍‌ ମାନ୍ୟତା ମିଳିଛି । ଏହାଅନୁସାରେ ରସଗୋଲା ଓଡ଼ିଶାର ଭୌଗୋଳିକ ସ୍ଥିତି ସହିତ ଜଡ଼ିତ ରହିଛି ବୋଲି ସ୍ବୀକୃତି ମିଳିଛି। ଓଡ଼ିଶାର ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ରସଗୋଲାର ନିବିଡ଼ ସମ୍ପର୍କ ରହିଛି। ଓଡ଼ିଶାର ପରମ୍ପରା ସହିତ ରସଗୋଲା ଜଡ଼ିତ ବୋଲି ଏଥିରେ ସୂଚିତ ହୋଇଛି । ଚେନ୍ନାଇର ଜିଆଇ ରେଜିଷ୍ଟାରଙ୍କ ପକ୍ଷରୁ ଏହି ମାନ୍ୟତା ମିଳିଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୫ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ, ପ୍ରତିବର୍ଷ ଜୁଲାଇ ୩୦ରେ ଓଡ଼ିଶାରେ ରସଗୋଲା ଦିବସ ପାଳିତ ହେଉଛି ।

Advertisement