Thursday, November 12, 2026
ADVERTISEMENT
Home ଆଞ୍ଚଳିକ ପୂର୍ବ ଶତ୍ରୁତା ନେଇ ଗାଡି ଜାଳିଲେ

ପୂର୍ବ ଶତ୍ରୁତା ନେଇ ଗାଡି ଜାଳିଲେ

211
ADVERTISEMENT

କୁକୁଡାଖଣ୍ଡି,୧୬/୦୮,(ଇ.ରଞ୍ଜନ) : ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଶୁକ୍ରବାର ମଧ୍ୟ ରାତ୍ରିରେ ଠାକୁରାଣୀ ମନ୍ଦିର ନିକଟରେ ଜୈନକ ବାବୁଲା ଡାକୁଆ ନାମକ ଘର ପାଖରେ ମଧ୍ୟରାତ୍ରିରେ ସମସ୍ତେ ଶୋଇଥିବା ବେଳେ ଓଆର 02ବିଏଫ 7650 ଦୁଇଚକିଆ ସ୍ପେଣ୍ଡର ଗାଡିକୁ କିଛି ଦୃବୁତ ମିଳିତ ଭାବରେ ପେଟ୍ରୋଲ ପକାଇ ଜାଳିଦେଇଥିବା ଥାନାରେ ଏଥିଲା ଦେଇଛନ୍ତି ବାବୁଲା ନାମକ ଏକ ବ୍ୟକ୍ତି l ସେ ତାଙ୍କ ବନ୍ଧୁଙ୍କ ଗାଡି ନିଜକାର୍ଯ୍ୟ ପାଇଁ ଗୁରୁବାର ଦିନ ଆଣିନିଜ କାର୍ଯ୍ୟରେ ବ୍ୟବହାର କରି ପୁଣି ଶୁକ୍ରବାର ତାଙ୍କୁ ପୁଣି ଫେରାଇଦେବା ପାଇଁ ସ୍ଥିର କରିଥିଲେ କିନ୍ତୁ ଗୁରୁବାର ମଧ୍ୟରାତ୍ରିରେ କିଛି ଦୁର୍ବୃତ୍ତ ଗାଡି ଜାଳିଦେଇଥିବା ରୁ ଶୁକ୍ରବାର ଥାନାରେ ଅଭିଯୋଗ କରିଥିଲେ ସେ କହିବା ଅନୁଯାୟୀ ତାଙ୍କ ଉପରେ କିଛି ଅସାଧୁ ବ୍ୟକ୍ତି ପୂର୍ଵରୁ ତାଙ୍କ ସହ ବଚସା ଜାରିରହିଥିଲା ଥାନାରେ ମଧ୍ୟ ଅଭିଯୋଗ କରିଥିବା କହିଛନ୍ତି ପୂର୍ଵ ଶତ୍ରୁତା କୁ ନେଇ ଗାଡି ଜାଳିଦେଇଥିବା ପ୍ରକାଶ କରିଛନ୍ତି ।

Advertisement