Thursday, November 5, 2026
ADVERTISEMENT
Home ଆଞ୍ଚଳିକ କୁକୁଡାଖଣ୍ଡି ବ୍ଲକରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

କୁକୁଡାଖଣ୍ଡି ବ୍ଲକରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

174
ADVERTISEMENT

କୁକୁଡାଖଣ୍ଡି,୧୬/୦୮,(ଇ.ରଞ୍ଜନ) : କୁକୁଡାଖଣ୍ଡି ଚଳିତବର୍ଷ କରୋନା ଯୋଗୁଁ ସମସ୍ତ ପର୍ବପର୍ବାଣି ସମେତ ସରକାରୀ ଦିବସ ଗୁଡିକ ଜନସାଧାରଣ ପାଳନ କରିବା ପାଇଁ କରୋନା ଯୋଗୁଁ ପ୍ରତିବନ୍ଧକ ସୃଷ୍ଟି ହୋଇଛି l ଅଗଷ୍ଟ ୧୫ ଆଜିର ଦିନରେ ଭାରତବର୍ଷ ଇଂରାଜୀ ଶାସନ ହାତରୁ ମୁକ୍ତ ହୋଇଥିବା ଯୋଗୁଁ ସରକାରଙ୍କ ତରଫରୁ ୧୫ତାରିଖକୁ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଉଛି ଆଜିଦିନଟି ଭାରତବର୍ଷକୁ ଜାତୀୟ ପତାକାକୁ ମର୍ଯ୍ୟାଦାର ସହ ପୁଷ୍ପଦେଇ ଉତ୍ତଳୋନରେ ସଂମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟରେ ପାଳନ ହେଉଥିବା ବେଳେ ଆଜି କୁକୁଡାଖଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକାକୁ ବିଡ଼ିଓ ଗଦାଧର ପାତ୍ର ଉତ୍ତଳୋନ କରିଥିଲେ ଏଥିରେ ବ୍ଲକ ଅଦକ୍ଷ କାମାକ୍ଷା ପ୍ରସାଦ ପାତ୍ର ଜାତୀୟ ଗାନ ଉଚ୍ଚାରଣ କରିବା ସହ ସମସ୍ତଙ୍କୁ ନିବେଦନ କରିଥିଲେ ଏଥିରେ ବ୍ଲକ ଉପାଧିକ୍ଷ ବିଷ୍ଣୁପ୍ରିୟା ସାହୁ, ସୁଧୀର ରାଉତ,ଏଇ.ସୁଜିତ ତହଲଙ୍କ ସହ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ ସେଭଳି ତହସିଲ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଥିତରେ ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଦ୍ୱାରା ପତାକା ଉତ୍ତଳୋନ କରାଯାଇଛି ଗୋଷ୍ଠୀ ଶିକ୍ଷା କେନ୍ଦ୍ରରେ ବିଇଓ ଏସ ଗିରିଧାରୀଙ୍କ ଦ୍ୱାରା ପତାକା ଉତ୍ତଳୋନ କରାଯାଇଛି l

Advertisement