ବ୍ରହ୍ମପୁର ,୧୪/୮(ଇ.ରଞ୍ଜନ): ସଦରଥାନା ଅନ୍ତର୍ଗତ ଗୁରୁଣ୍ଠି ପଞ୍ଚାୟତ ଅଧିନସ୍ଥ ନୂଆ ଯୋଗିଆପଲ୍ଲୀ ଠାରେ ଗୁରୁବାର ସକାଳେ ଏକ ଓଆର ୧୬ସି ୨୫୮୭ନଂ ର ଏକ ଟ୍ରକ ଧକ୍କାରେ ଉକ୍ତ ଗାଡିମାଲିକଙ୍କର ଭାଇଙ୍କ ଯବାନ ପୁଅର ମୃତ ହୋଇଥିବା ଜଣାପଡିଛି। ମୃତକ ଯୁବକ ଟ୍ରକ ମାଲିକ ତଥା ଗୁରୁଣ୍ଠି ପୂର୍ବତନ ସରପଞ୍ଚ ପରମା ସାହୁଙ୍କ ପୁତୁରା ପ୍ରଦୀପ ସାହୁ ସେ ଉକ୍ତ ଗ୍ରାମ ନୂଆ ଯୋଗିଆ ପଲ୍ଲୀ ଦେଇ ଚାଲିଚାଲି ଯାଉଥିବା ବେଳେ ଟ୍ରକଟି ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ପୁତୁରା ପ୍ରଦୀପର ମୃତ୍ୟୁ ହୋଇଥିଲା । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଜବତ କରି ବ୍ୟବଛେଦ ପାଇଁ ଡାକ୍ତର ଖାନାକୁ ପଠାଇ ଦେଇଛି । ଟ୍ରକ ଚଳାଉଥିବା ଗାଡି ଡ୍ରାଇଭର ନାରାୟଣ ନାମକ ଯୁବକଙ୍କୁ ଅଟକ ରଖିପଚରା ଜାରିରହିଛି ।ଏନେଇ ଥାନାରେ ୨୨୩/୨୦ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି ପୋଲିସ ।

















