ଵ୍ରହ୍ମପୁର,୧୪/୮(ବିଶ୍ୱରଂଜନ): ଗଞ୍ଜାମ ଜିଲ୍ଲା ତଥା ଵ୍ରହ୍ମପୁର ପାଇଁ ଆଜି ଗର୍ବର ଦିନ । ଗଞ୍ଜାମ ଜିଲ୍ଲା ଛତ୍ରପୁର ନିବାସୀ ତଥା ଦୀର୍ଘ ବର୍ଷ ଧରି ଵ୍ରହ୍ମପୁର ସହରରେ ରହି ଥିବା ଜଣେ ଡ଼ଏସପି ରେଙ୍କର ଜଣେ ପୋଲିସ ଅଧିକାରୀ ଶ୍ରୀ ବେଣୁ ଗୋପାଳ ଆଚାର୍ଯ୍ୟ ରାଷ୍ଟ୍ରପତି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ବର୍ତ୍ତମାନ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ରେ ଡ଼ଏସପି ଭାବେ କାର୍ଯ୍ୟରତ । ଶ୍ରୀ ବେଣୁ ଗୋପାଳ ଆଚାର୍ଯ୍ୟ ଦୀର୍ଘ ବର୍ଷ ଧରି ଵ୍ରହ୍ମପୁର ସହରର ସମସ୍ତ ଥାନା(ଟାଉନ ଥାନା ବ୍ୟତୀତ) ରେ ଦ୍ୱତୀୟ ଅଫିସର ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିବା ସହ ଲୋକଙ୍କ ନିକଟତର ହୋଇ ପାରିଥିଲେ । ଅପରାଧୀଙ୍କୁ ଧରିବାରେ ମଧ୍ୟ ବେଶ ସଫଳତା ପାଇଥିଲେ । ସୂଚନାଯୋଗ୍ୟ ଯେ ପୂର୍ବରୁ ୨୦୧୨ ରେ ସେ ଭଲ କାର୍ଯ୍ୟ ପାଇଁ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ । ସେହିପରି ୨୦୧୫ ରେ କାର୍ଯ୍ୟ ଦକ୍ଷତା ପାଇଁ ରାଜ୍ୟପାଳ ପୁରସ୍କାର ପାଇବା ସହ ୨୦୧୭ରେ ଡ଼ଜିପି ମେଡାଲ ପାଇ ଗଞ୍ଜାମ ତଥା ଵ୍ରହ୍ମପୁର ସହର ପାଇଁ ଗୌରବ ଅର୍ଜନ କରିଛନ୍ତି ।


















