Thursday, November 5, 2026
ADVERTISEMENT
Home ଆଞ୍ଚଳିକ ପୁଡ଼ାମାରିରେ ପଞ୍ଚାୟତ ସ୍ତରୀୟ କରୋନା ସଂକ୍ରମଣ ଜନିତ ଆଣ୍ଟିଜେନ ଓ ଆରଟିପିସିଆର ପରୀକ୍ଷା ଅନୁଷ୍ଟିତ

ପୁଡ଼ାମାରିରେ ପଞ୍ଚାୟତ ସ୍ତରୀୟ କରୋନା ସଂକ୍ରମଣ ଜନିତ ଆଣ୍ଟିଜେନ ଓ ଆରଟିପିସିଆର ପରୀକ୍ଷା ଅନୁଷ୍ଟିତ

224
ADVERTISEMENT

ସାନଖେମୁଣ୍ଡି ,୧୩/୦୮,(ସପନ ଦାସ) : ସାନଖେମୁଣ୍ଡି ବ୍ଲକ୍ କୋଭିଡ୍ -୧୯ କାର୍ଯ୍ୟକ୍ରମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବେଳେ ପଞ୍ଚାୟତ ସ୍ତରରେ ଆନଟୀଜେନ ଏବଂ ଆର୍ ଟି ପି ସି ଆର ଚିହ୍ନଟ ଶିବିର ଆୟୋଜନ କରାଯାଇ ସ୍ଥିତିରେ ସୁଧାର ଅଣାଯାଇଛି ।ଏହି ଅବସରରେ ଆଜି ପୁଡ଼ାମାରି ପଞ୍ଚାୟତରେ ଏହି ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଥିବା ସହିତ ଆଶାତୀତ ଜନସାଧାରଣ ଏହାର ସୁଯୋଗ ନେଇଥିବା ଲକ୍ଷ କରାଯାଇଛି । ମିଳିଥିବା ସୂଚନା ପ୍ରକାରେ ଆଜିର ଏହି ଚିହ୍ନଟ ଶିବିରରେ ମୋଟ ୫୨୨ ଜଣ ନିଜକୁ କରୋନା ଦମନ୍ଧୀୟ ପରୀକ୍ଷା କରାଇଥିବା ବେଳେ ସେଥିମଧ୍ୟରୁ ୫୦୨ ଜଣଙ୍କ ଠାରେ ଆନ୍ତିଯେନ ଏବଂ ୨୨ ଜଣଙ୍କ ଠାରେ ଆର୍ ଟି ପି ସି ଆର ପରୀକ୍ଷା କରାଯାଇଥିଲା ।
ଅନୁଷ୍ଟିତ କାର୍ଯ୍ୟ କ୍ରମରେ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର କୋଭିଡ୍ ଅଧିକାରୀ ଶ୍ରୀ ନାରାୟଣ ବେହେରା ଉପସ୍ଥିତ ରହି ପରୀକ୍ଷଣ କାର୍ଯ୍ୟ ପରିଚାଳନା କରିଥିବା ବେଳେ ଡାକ୍ତର , ଟେକ୍ନିକାଲ ଷ୍ଟାଫ ପରୀକ୍ଷା କରିଥିଲେ ।ସମସ୍ତ ବୁଦ୍ଧିଜୀବୀଙ୍କ ସହ ପୁଡ଼ାମାରି ସରପଞ୍ଚ ଓ ପଞ୍ଚାୟତ ପ୍ରତିନିଧି ସମୂହ ସହଯୋଗ କରିଥିଲେ ।

Advertisement