କୋଦଳା,୧୨/୮,(ସୂର୍ଯ୍ୟନାରାୟଣ ବଡୁ) : “ବ୍ରୁକ୍ଷ୍ଯ ବଞ୍ଚିଲେ ଜିବ ଜଗତ ବଞ୍ଚିବ “ଏହି ସ୍ଲୋଗାନ ନେଇ ଖଲ୍ଲିକୋଟ ବ୍ଲକ ଶାଖା ରୁଷୀକୁଲ୍ୟା ରୟତ ମହାସଭା ଆନୁକୂଲ୍ୟ ତଥା ଶାଖା ର ସାଧାରଣ ସମ୍ପାଦକ ଭାସ୍କର ନାୟକଙ୍କ ପ୍ରତ୍ଯକ୍ଷ୍ଯ ତତ୍ଵାବଧାନରେ ସ୍ଵତନ୍ତ୍ର ଅତିଥି ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ,ମୁକ୍ଷ୍ଯ ଅତିଥି ବିଡିଓ ନବକ୍ରୁଷ୍ଣ ଜେନା, ସ୍ଵତନ୍ତ୍ର ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ମୀନାକ୍ଷୀ ସାହୁ , ସମ୍ମାନିତ ଅତିଥି ତହସିଲଦାର ଚକ୍ରଧର ପାଢ଼ୀ , ରମ୍ଭା ଥାନା ଅଧିକାରୀ କ୍ରୁଷ୍ଣ ଚନ୍ଦ୍ର ସେଠୀ , ସ୍ଥାନୀୟ ସରପଞ୍ଚ ସିଦ୍ଧାର୍ଥ ପୋଲେଇଙ୍କ କର କମଳରେ ସାବୂଳିଆ ଦକ୍ଷିଣେଶ୍ଵର ମନ୍ଦିର ପ୍ରାଙ୍ଗଣରେ କୋଭିଡ ଗାଇଡ ଲାଇନକୁ ପାଥେୟ କରି ବ୍ରୁକ୍ଷ୍ଯରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।କ୍ରୁଷି ଓ କ୍ରୁଷକର ବିକାଶ ନିମନ୍ତେ କାମ କରିବା ସଙ୍ଗେ ସଙ୍ଗେ ପରିବେଶ ସନ୍ତୁଳନ ରକ୍ଷ୍ୟାକରିବା ଲକ୍ଷ୍ୟ ନେଇ ବ୍ରୁକ୍ଷ୍ଯରୋପଣ କରାଯାଉଛି ବୋଲି କହିବା ସହିତ ବ୍ରୁକ୍ଷ୍ଯରୋପଣ କରିବା ଦ୍ଵାରା ପରିବେଶ ସୁରକ୍ଷ୍ଯାହୋଇ ଭଲ ବର୍ଷା ହେବା ସଙ୍ଗେ ସଙ୍ଗେ ଜିବ ଜଗତ କୁ ଆବଶ୍ୟକୀୟ ଅମ୍ଳଜାନ ମିଳିପାରିବ ବୋଲି ମହାସଭା କର୍ମକର୍ତ୍ତା ପ୍ରକାଶ କରିଥିଲେ ।ତତସହିତ ଖଲ୍ଲିକୋଟ ବ୍ଲକ ସାବୁଳିଆ ଗ୍ରାମରୁ ବ୍ଲକ ର ଅଗଣିତ ଚାଷି ପରିବାରଙ୍କୁ ମାଗଣା ରେ ଚାରା ବଣ୍ଟନ କରାଯାଇଥିଲା ।ଆଗକୁ ପ୍ରାୟ ୩0000 ଚାରା ବଣ୍ଟନ କରାଯିବ ବୋଲି ସମ୍ପାଦକ ପ୍ରକାଶ କରିଛନ୍ତି ।ଆଜିର ଏହି କାର୍ଯକ୍ରମ ରେ ଫୁଲ , ଫଳ ଓ ବିଭିନ୍ନ ପ୍ରକାର ଔଷଧିୟ ବ୍ରୁକ୍ଷ୍ଯ ରୋପଣ କରାଯାଇଥିବା ଜଣାପଡ଼ିଛି ।ଏଥିରେ ବହୁ ଚାଷି ଉପସ୍ଥିତ ରହି ଚାରା ସଂଗ୍ରହ କରିଥିଲେ ।ଖଲିକୋଟ ଶାଖା ରୁଷୀକୁଲ୍ୟା ରୟତ ମହାସଭାର ବୃକ୍ଷ ରୋପଣ କାର୍ଯକ୍ରମ


















