କୋଦଳା,୧୨/୮,(ସୂର୍ଯ୍ୟନାରାୟଣ ବଡୁ) :ବହୁତ କମ ଦିନରେ କୋଦଳା ହେବ ଗ୍ରୀନଜୋନ । ଏହା କହିଛନ୍ତି କୋଦଳା ଏନଏସି ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି । 23 ତାରିଖ ରୁ ଲଗାତାର ସ୍ଵର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟ ଠାରେ ଆଣ୍ଟିଜେନ ଓ ସ୍ବାବ ଟେଷ୍ଟ ଚାଲିଥିବା ବେଳେ ମଙ୍ଗଳବାର ward no 13ଗୌରାଦେଇପୂର ପ୍ରାଥମିକ ବିଦ୍ୟାଳୟ ଠାରେ 106 ଆଣ୍ଟିଜେନ ଟେଷ୍ଟ ଓ 10ଜଣଙ୍କ ସ୍ବାବ ଟେଷ୍ଟ କରାଯାଇଥିବା ଜଣାପଡ଼ିଛି ।ଏଥି ମଧ୍ଯରୂ ଜଣଙ୍କ ରିପୋର୍ଟ ପଜେଟିଭ ବାହାରିଥିବା ଅସମର୍ଥୀତ ସୂତ୍ର ରୁ ଜଣାପଡ଼ିଥିବା ବେଳେ ସେ ବ୍ୟକ୍ତି କୋଭିଡ କେୟାର ହୋମରେ ରହିଥିବା ଜଣାପଡ଼ିଛି ।ଆଜି ପୂର୍ବାହ୍ନ 10ଘଣ୍ଟ ସମୟ ରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା , ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି , ସ୍ଵତନ୍ତ୍ର କୋଭିଡ ଅଧିକାରୀ କବିରାଜ ଆର୍ଯ୍ୟ ଙ୍କ ପ୍ରଚେଷ୍ଟା ରେ ward ଇନଚାର୍ଜ ,ଅଙ୍ଗନବାଡି କର୍ମୀ ଓ କୋଭିଡ ମନିଟର ଙ୍କ ସହାୟତା ରେ ଗୌରାଦେଈପୁର ର ଶତାଧିକ ବ୍ୟକ୍ତି ସ୍ବଇଛାରେ କେନ୍ଦ୍ର ରେ ପହଞ୍ଚି ସ୍ଵତନ୍ତ୍ର ଡକ୍ଟର ଟିମ ଆଗରେ ଆଣ୍ଟିଜେନ ଓ ସ୍ବାବ ପରିକ୍ଷ୍ୟା କରାଇଥିଲେ ।ଆଜିର ପରିକ୍ଷ୍ୟା ପରେ ପ୍ରଶାସନ ତଥା ପୋଲିସ ର ଦ୍ରୁଢ ସଚେତନା ପରେ ସଂକ୍ରମିତ ସଂଖ୍ୟା କମିବାରେ ଲାଗିଛି ।ଆଜିସୁଦ୍ଧା ସମୁଦାୟ 933ଜଣ ଟେସ୍ଟିଂଗ କରିଥିବା ବେଳେ ସେଥିମଧ୍ୟରୁ ରୁ 721 ଆଣ୍ଟିଜେନ ଓ 152ସ୍ବାବ ଟେଷ୍ଟ କରିଛନ୍ତି ଏବଂ 85 ସଂକ୍ରମିତ ହୋଇଥିବା ବେଳେ ସେଥିମଧ୍ୟରୁ ଆଜିସୁଦ୍ଧା 77 ରିକୋଭରି , ଜଣେ କୋଭିଡ କେୟାର ହୋମ ଓ ଅନ୍ୟ 7 ବିଭି୍ନ୍ନ କୋଭିଡ ମେଡିକାଲ ରେ ରହିଥିବା ଜଣାପଡ଼ିଛି । ଅଗଷ୍ଟ 3ତାରିଖ ସୁଦ୍ଧା 472 ପରିକ୍ଷ୍ୟା କରି 84ଓ ଅଗଷ୍ଟ 4ପରେ 461ଟେସ୍ଟିଂଗ ହୋଇ ମାତ୍ର ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।ଏହାକୁ ନେଇ ଆହୁରି ଅଧିକ ସଚେତନ କରିବା ଉଦ୍ଦେଶ୍ୟ ରେ ଏନଏସି ପ୍ରଶାସନ ଓ ବଣିକ ସଙ୍ଘ ସଭାପତି ଅଭୟ କୁମାର ସାହୁଙ୍କ ମଧ୍ୟ ରେ ଆଲୋଚନା ହୋଇଥିଲା । ସମସ୍ତ ବ୍ୟବସାୟୀ ଯେପରି ଜିଲ୍ଲାପାଳ ଙ୍କ ପଞ୍ଚସୂତ୍ରୀ ନିୟମ କୁ କଡାକଡି ପାଳନ କରିବେ ସେ ପ୍ରତି ଧ୍ୟାନଦେବା ସହିତ ଆଣ୍ଟିଜେନ ଟେଷ୍ଟ ନ କରିଥିବା ବ୍ୟକ୍ତି ଶୀଘ୍ର ଟେସ୍ଟିଂଗ କରିବାକୁ ପରାମର୍ଶ ଦେବାକୁ ସଭାପତିଙ୍କୁ କୁହାଯାଇଥିଲା । ବ୍ୟବସାୟୀ ସଚେତନ ହେଲେ ଆମ୍ଭେ ଅତିଶୀଘ୍ର ସଫଳତା ପାଇବା ବୋଲି ଓଏସଡି ପ୍ରକାଶ କରିଥିଲେ । କୋଦଳା ପ୍ରଶାସନ ଯଥା ତହସିଲଦାର , ଥାନା ଅଧିକାରୀ ଏବଂ ଏନଏସି ଅଧିକାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଦ୍ରୁଢ ପ୍ରଚେଷ୍ଟା ବଳ ରେ ଅତିଶୀଘ୍ର କୋଦଳା ରୁ କରୋନା ହାରିବ ବୋଲି ବରିସ୍ଠ ସଚେତନ ନାଗରିକ ମତବ୍ୟକ୍ତ କରିଛନ୍ତି ।


















