ବ୍ରହ୍ମପୁର,୧୧/୮(ଇ.ରଞ୍ଜନ ): ବ୍ରହ୍ମପୁର ଚଳିତବର୍ଷ ପ୍ରାରମ୍ଭ ରୁ ହିଁ କରୋନା ସାରାବିଶ୍ୱର କୋଣଅନୁକୋଣରେ ଭୟଙ୍କର ରୂପରେ ମାନବ ସମାଜକୁ ଅସ୍ତବ୍ୟସ୍ତ କରୁଥିବା ଯୋଗୁଁ ବିଭିନ୍ନ ଜିଲ୍ଲା ଠାରୁ ଗଞ୍ଜାମଜିଲ୍ଲାର ଡାକ୍ତର ଖାନା ମାନଙ୍କରେ ସ୍ଥିତି ଅଣାୟତ ଡାକ୍ତର ଅଭାବ ସୃଷ୍ଟି ହୋଇଥିଲା l କୋଭିଡ଼ ପାଇଁ ସ୍ୱତନ୍ତ୍ର ଭାବେ ରାଜ୍ୟସରକାର କୋଭିଡ଼ ରୋଗୀଙ୍କ ପାଇଁ ହସ୍ପିଟାଲ ଲୋକାର୍ପଣ କଲେ କିନ୍ତୁ ଟାଟା ଶୀତଳାପଲ୍ଲୀ କୋଭିଡ୍ ଚିକିତ୍ସାଳୟରେ ରୋଗୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ପ୍ରଶାସନର ନଜରକୁ ଆସିଛି , ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ଶୀତଳାପଲ୍ଲୀ ସ୍ଥିତ ଟାଟା କୋଭିଡ ହସ୍ପିଟାଲର ଅଧିକୃତ ମେଡିକାଲ ଅଫିସର ପଦବୀରୁ ଡାକ୍ତର ଉମା ଶଙ୍କର ମିଶ୍ରଙ୍କ ଅବ୍ୟାହତ କରି। ତାଙ୍କ ସ୍ଥାନରେ ନୂତନ ଏଏମଓ ଭାବେ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟଦର୍ଶୀ ପଟ୍ଟନାୟକଙ୍କୁ ନିଯୁକ୍ତି ଦେଇଥିବା ସୂଚନା ମିଳିଛି । ସେ ଗତକାଲି ଦାୟିତ୍ୱ ଗ୍ରହଣ କରିଛନ୍ତି। ସମସ୍ତ ରୋଗୀ ଯେଭଳି ଉପଯୁକ୍ତ ସେବା ପାଇ ପାରିବେ ଓ କାହାର ଯେଉଁଭଳି ମୃତ୍ୟୁ ନ ଘଟିବ ସେଥିପ୍ରତି ଗୁରୁତ୍ୱ ଦେବେ ବୋଲି ମତପ୍ରକାଶ କରିଛନ୍ତି ।


















