ବ୍ରହ୍ମପୁର,୯/୮,(ସୁଦାମ ମହାରଣା): ବିଜୁଜନତା ଦଳ ପକ୍ଷରୁ ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମ ର ସମସ୍ତ ଜିଲ୍ଲା ସଞ୍ଜୋଜକ ଓ ସହ ସଞ୍ଜୋଜକଙ୍କ ନାମ ଘୋଷଣା ସହ ତାଲିକା ମଧ୍ୟ ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ମୋରାବାଇ ଗ୍ରାମ ବାସିନ୍ଦା ,ଚାଙ୍ଗୁଡିପଦର ନୂଆ ଗାଁ ସମିତି ସଭ୍ୟ ତଥା ଜିଲ୍ଲା ଯୁବବିଜେଡି ଉପଦେଷ୍ଟା ନିର୍ମଳ ଚନ୍ଦ୍ର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି କାଟୁ ପାଇଁ ସହସଞ୍ଜୋଜକ ଭାବେ ମନୋନୀତ ହୋଇଛନ୍ତି । ଏହି ଅବସରରେ ନିର୍ମଳଙ୍କୁ ନୂତନ ଦାୟିତ୍ୱ ମିଳିଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ମିଳିଛି । ଏହା ସହ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ସାରା ବିଶ୍ବ କରୋନା ବିରୁଦ୍ଧରେ ଲଢୁଥିବାବେଳେ ଏହି ଅବସରରେ ଯୁବ ଛାତ୍ର ସଙ୍ଗଠନ କୁ ସୁଦୃଢ କରିବା ସହ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ର ସମସ୍ତ ଙ୍କୁ ନେଇ ଜୀବନବିନ୍ଦୁ କାର୍ଯ୍ୟକ୍ରମ କରିବେ ବୋଲି କହିଛନ୍ତି।
କରୋନାରୁ ସୁସ୍ଥ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବା ପାଇଁ ଉତ୍ସାହିତ କରିବା, ରାଜ୍ୟ ସରକାରଙ୍କ ଜନ କଲ୍ୟାଣମୂଳକକାର୍ଯ୍ୟକ୍ରମ କୁ ଲୋକଙ୍କ ନିକଟରେ ପହଞ୍ଚିଥିବା ପ୍ରାଥମିକତା ରହିବ ବୋଲି କହିଛନ୍ତି। ସୂଚନା ମୁତାବକ, ନିର୍ମଳ ପ୍ରଥମେ ମହାବିଦ୍ୟାଳୟ ରୁ ଛାତ୍ର ନେତା ଭାବେ ନିଜର ରାଜନୈତିକ କେରିୟାର ଆରମ୍ଭ କରି ବର୍ତ୍ତମାନ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜନସାଧାରଣଙ୍କ ଅସୁବିଧା ସମୟରେ ମଧ ସହଯୋଗର ହାତବଢାଉଛନ୍ତି ।


















