Friday, November 6, 2026
ADVERTISEMENT
Home ଆଞ୍ଚଳିକ କୋଦଳା ପ୍ରଶାସନର ସଚେତନ ପରେ କମୁଛି ସଂକ୍ରମଣ ହାର

କୋଦଳା ପ୍ରଶାସନର ସଚେତନ ପରେ କମୁଛି ସଂକ୍ରମଣ ହାର

563
ADVERTISEMENT

କୋଦଳା ,୦୮/୦୮( ସୂର୍ଯ୍ୟନାରାୟଣ ବଡୁ) :ମହାମାରୀ କରୋନା ସଂକ୍ରମଣ ବ୍ରୂଦ୍ଧି କୁ ନେଇ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ ପ୍ରକାରେ କୋଦଳା ଠାରେ 23 ଜୁଲାଇ ଠାରୁ ଚାଲିଛି ଆଣ୍ଟିଜେନ ଓ ସ୍ବାବ ଟେଷ୍ଟ ।କୋଦଳା ତହସିଲଦାର ତଥା କୋଭିଡ ନୋଡାଲ ଅଫିସର ପ୍ରଭାତ କୁମାର ପରିଡା ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି , ସ୍ଵତନ୍ତ୍ର କୋଭିଡ ଅଧିକାରୀ କବିରାଜ ଆର୍ଯ୍ୟ ପ୍ରତ୍ୟକ ward ବୁଲି ଲୋକଙ୍କୁ ସଚେତନ କରିବା ସହିତ ଲକ୍ଷ୍ଯଣ ନ ଲୁଚାଇ ପ୍ରଶାସନ କୁ ସହଯୋଗ କରି ନିଜ ନିଜର ଆଣ୍ଟିଜେନ ଓ ସ୍ବାବ ଟେଷ୍ଟ କରି କରୋନା କୁ ସମୁଳେ ବିନାଶ କରିବାକୁ ପ୍ରଚାର କରୁଛନ୍ତି ।ପ୍ରତ୍ୟକ ଦିନ ପୂର୍ବାହ୍ନ ରେ ward ଅଧିକାରୀ , ଅଙ୍ଗନବାଡି କର୍ମୀ ଓ କୋଭିଡ ମନିଟର ଙ୍କ ସହିତ ଆଲୋଚନା କରି ଯେଉଁ ମାନଙ୍କ ଲକ୍ଷ୍ଯଣ ଦେଖାଯାଉଛି ସେମାନଙ୍କୁ ଯେନତେନ ପ୍ରକାରେ ସେମାନଙ୍କୁ ଆଣି ସ୍ଵର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟ ଠାରେ ଚାଲିଥିବା ଆଣ୍ଟିଜେନ ଓ ସ୍ବାବ ଟେଷ୍ଟ କେନ୍ଦ୍ର ରେ ସେମାନଙ୍କ ଟେଷ୍ଟ କରାଇବାକୁ ପରାମର୍ଶ ଦେଉଥିବା ଦେଖାଦେଇଛି ।ଏହି ପରିକ୍ଷ୍ୟା କେନ୍ଦ୍ର ରେ ସମସ୍ତ ward ରୁ ଶୁକ୍ରବାର ସୁଦ୍ଧା 707 ବ୍ୟକ୍ତି ପରିକ୍ଷ୍ୟା ପାଇଁ ଆସିଥିବା ବେଳେ 590ଜଣଙ୍କ ଆଣ୍ଟିଜେନ ଓ 117ଜଣଙ୍କ ସ୍ବାବ ଟେଷ୍ଟ କରାଯାଇଥିବା ବେଳେ 84 ପଜେଟିଭ ବାହାରି ଥିବା ଜଣାପଡ଼ିଛି । ସେଥିମଧ୍ୟରୁ 68 ରିକୋଭେରି ହୋଇଯାଇଥିବା ବେଳେ ବର୍ତ୍ତମାନ ପାରଳା ମହାରାଜା ରେ 7,ଅଶ୍ଵିନୀ 1,ସମ 1,କୋଭିଡ କେୟାର ହୋମ 4ରହିଥିବା ବେଳେ ଗ୍ରୁହ ସଙ୍ଗରୋଧ ରେ 5ଜଣ ଥିବା ଜଣାପଡ଼ିଛି । ଏ ସମସ୍ତ ପଜେଟିଭ ଅଗଷ୍ଟ 3ସୁଦ୍ଧା 472 ଜଣଙ୍କ ପରିକ୍ଷ୍ଯାରୁ ବାହାରିଥିବା ବେଳେ ଅଗଷ୍ଟ 4ଠାରୁ 7ପର୍ଯନ୍ତ 235 ବ୍ୟକ୍ତିଙ୍କ ପରିକ୍ଷ୍ୟା ହୋଇ କୌଣଷି ପଜେଟିଭ ବାହାରି ନାହିଁ ।ଏନଏସି ପ୍ରଶାସନ ଏପରି ସଚେତନ କଲେ ବହୁ ଶୀଘ୍ର ଅଞ୍ଚଳ କରୋନା ମୁକ୍ତ ହେବ ବୋଲି ସମାଜସେବୀ , ସ୍ଵେଚ୍ଛାସେବୀ ବିଶ୍ଵାସ କରିଛନ୍ତି ।ଏଣୁ କୌଣଷି ବ୍ୟକ୍ତି କୌଣଷି ଲକ୍ଷ୍ଯଣ ନ ଲୁଚାଇ ପ୍ରଶାସନ କୁ ସହଯୋଗ କରିବା ସହିତ କରୋନା ହରାଈବାରେ ସହାୟକ ହେବାକୁ ପ୍ରଶାସନ ଅନୁରୋଧ କରିଛନ୍ତି ।

Advertisement