Thursday, November 5, 2026
ADVERTISEMENT
Home ଆଞ୍ଚଳିକ ରୋଟାରି କ୍ଲବ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରୋଟାରି କ୍ଲବ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

256
ADVERTISEMENT

ବ୍ରହ୍ମପୁର,୦୭/୦୮ (ଇ.ରଞ୍ଜନ) : ବ୍ରହ୍ମପୁର ସହରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ରୋଟାରି କ୍ଳବ ଏବଂ ଟେକ୍ସ ବାର ଏସଓ.ସି.ଏସଓନ, ଏଭି.ବିଡି, ଇନଏର.ୱଲ କ୍ଳବ,ନୋବେଲ କାଉଜ, ଆଇସି.ଏ.ଆଇ ବ୍ରାଞ୍ଚ ତରଫରୁ ବ୍ରହ୍ମପୁର ଧର୍ମନଗର ଠାରେ ରକ୍ତଦାନ ଶିବିର ଶୁକ୍ରବାର ପୂର୍ବାହ୍ନ ସମୟରେ ସମଦୂରତା ପାଳନ ସହ ମୁହଁରେ ମାସ୍କ ବ୍ୟବହାର କରି ଅନୁଷ୍ଠାତ ହୋଇଯାଇଛି l ଏହି ଶିବିରକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ l ସଂମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ ବିଭିନ୍ନ ସଂଗଠନ ଦ୍ୱାରା ସରକାରୀ ରକ୍ତଭଣ୍ଡାର କର୍ମଚାରୀ ଏବଂ ବ୍ରହ୍ମପୁର ସ୍ୱେଚ୍ଛାସେବୀ ମାନଙ୍କ ସହଯୋଗ କ୍ରମେ ଆୟୋଜିତ କର୍ମକର୍ତ୍ତାଙ୍କ ସହ ଉତ୍ସାହିତ ରକ୍ତଦାତାଙ୍କୁ କରୋନା ସମୟରେ ବ୍ରହ୍ମପୁର ଡାକ୍ତରଖାନା ମାନଙ୍କରେ ରକ୍ତଚାହିଦା ପୂରଣ ବୃଦ୍ଧି କରିଥିବାରୁ ଉପସ୍ଥିତ ସମସ୍ତ ସ୍ବେଛାସେବୀମାନଙ୍କ ସହ ସଭାଧକ୍ଷ ବି.ସମୀର କୁମାର ସୁବୁଦ୍ଧି ଏବଂ ରକ୍ତଦାନ ଶିବିରର ସଭାପତି ଟି.ପାର୍ଥସାରଥି ସମ୍ପାଦକ ଲକ୍ଷ୍ମୀତାରୁଣଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଥିଲେ l ଏଥିରେ ୫0 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି l

Advertisement