Friday, November 6, 2026
ADVERTISEMENT
Home ଆଞ୍ଚଳିକ ପୋଖରୀରେ ବୁଡି ଯୁବକ ମୃତ

ପୋଖରୀରେ ବୁଡି ଯୁବକ ମୃତ

221
ADVERTISEMENT

କୁକୁଡାଖଣ୍ଡି,୬/୮(ଇ.ରଞ୍ଜନ) : ସଦରଥାନା ଅନ୍ତର୍ଗତ ଭାବିନୀପୁର ଗ୍ରାମର ଜେନା ପୋଖରୀରେ ବୁଡିଯାଇ ଯୁବକ ମୃତ। ମୃତକ ହେଲେ ଉକ୍ତଗ୍ରାମର ତୋଟା ସାହିର ଲକ୍ଷଣ ଦାସଙ୍କ ପୁଅ ଗୁରୁ ଦାସ(୨0)। ସେ ଗତ ବୁଧବାର ରାତ୍ର ସ୍ନାନକରିବା ପାଇଁ ପୋଖରୀକୁ ଯାଇଥିଲେ କୌଣସି କାରଣବଶତଃ ପୋଖରୀରେ ବୁଡିଯାଇଥିଲେ l କୌଣସି ସୂଚନା ପାଇ ତାଙ୍କ ଘର ଲୋକ ଏବଂ ଅଞ୍ଚଳ ବାସିନ୍ଦା ସଙ୍ଗେସଙ୍ଗେ ବ୍ରହ୍ମପୁର ଅଗ୍ନିଶମ ବିଭାଗକୁ ଅବଗତ କରିଥିଲେ l ଅଗ୍ନିଶମ କର୍ମଚାରୀ ଆସି ପୋଖରୀରେ ପଇଁତରା ମାରିଲେ କିନ୍ତୁ ଯୁବକଙ୍କୁ ଖୋଜିବା ରେ ବିଫଳ ହୋଇଫେରି ଯାଇଥିଲେ ଗୁରୁବାରଦିନ ସକାଳ ୮ ଘଣ୍ଟା ସମୟରେ ଉକ୍ତ ଯୁବକଙ୍କ ଶବ ପାଣିରେ ଭାସମାନ ଅବସ୍ଥାରେ ତାଙ୍କ ଗ୍ରାମଲୋକ ଦେଖି ସଦର ଥାନା ପୋଲିସକୁ ଖବର ଦେଇଥିଲେ l ଖବର ପାଇବା ପରେ ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ୨୪/୨0 ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲ ପଠେଇଥିବା ନେଇ ସୂଚନା ମିଳିଛି l

Advertisement