Friday, November 6, 2026
ADVERTISEMENT
Home ଆଞ୍ଚଳିକ ସ୍ଵତନ୍ତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ କୋଦଳା ଗସ୍ତ , ଗୃହ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ

ସ୍ଵତନ୍ତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ କୋଦଳା ଗସ୍ତ , ଗୃହ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ

190
ADVERTISEMENT

କୋଦଳା,୬/୮(ସୂର୍ଯ୍ୟନାରାୟଣ ବଡୁ) :ଗୁରୁବାର ଗଞ୍ଜାମ ଜିଲ୍ଲା କୋଦଳା “କୋଭିଡ କେୟାର ହୋମ” ଗସ୍ତ କରିଛନ୍ତି ଜିଲ୍ଲା ସ୍ଵତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୂଲ ପଟ୍ଟ୍ଵାରି ।କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ,ଥାନା ଅଧିକାରୀ ଦେବାଶିଷ ମହାନ୍ତି , ବେଗୁନିଆପଡ଼ା ବ୍ଲକ ବିଡିଓ ବେଦବର ପ୍ରଧାନ , ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି ,କବିରାଜ ଆର୍ଯ୍ୟ ,ଏଏନଏମ ନିରୁପମା ଦାସ , କୋଭିଡ ମନିଟର ,ଅଙ୍ଗନବାଡି କର୍ମୀ , କୋଭିଡ ଇନଚାର୍ଜ ଙ୍କ ଉପସ୍ଥିତି ରେ କୋଭିଡ କେୟାର ହୋମ ରେ ଥିବା ଚାରି କରୋନା ରୋଗୀଙ୍କ ନିକଟକୁ ଯାଇ ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ ଏବଂ ward no 10/11/ଓ 13 କୁ ଯାଇ ଗ୍ରୁହ ସଙ୍ଗରୋଧ କେନ୍ଦ୍ର ରେ ଥିବା କରୋନା ପଜେଟିଭ ରୋଗୀଙ୍କ ଘରେ ପହଞ୍ଚି ପ୍ରତ୍ୟକ ଦିନ ଡକ୍ଟର ଆସୁଛନ୍ତି କି ନାହିଁ , ଔଷଧ ପାଇଛନ୍ତି କୀ ନାହିଁ ଠିକ ସମୟ ରେ ଔଷଧ ସେବନ କରୁଛନ୍ତି କି ନାହିଁ ଏବଂ ବର୍ତ୍ତମାନ ସ୍ବାସ୍ଥ୍ୟ ଅବସ୍ଥା କିପରି ଅଛି ପଚାରି ବୁଝିଥିଲେ ।ସେଠାରୁ ଫେରି ଫାସି ପଞ୍ଚାୟତ ଅନ୍ତର୍ଗତ ଲାଠୁଳି ସଙ୍ଗରୋଧ କେନ୍ଦ୍ର ପରିଦର୍ଶନରେ ବାହାରିଥିଲେ ।

Advertisement