ଗଜପତି,୬/୮(ଡ଼ି.ଏଚ) : ନିରବ ପ୍ରାର୍ଥନାରେ ସାମିଲ ହେଲା ଗଜପତି। ସବୁ ମହଲରେ କୋଭିଡ ଯୋଦ୍ଧାଙ୍କ ପାଇଁ ଆୟୋଜିତ ହୋଇଛି ପ୍ରାର୍ଥନା। ଜନସାଧାରଣଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଦୀର୍ଘ ଦିନ ଧରି ଜାରି ରହିଛି ସଙ୍ଘର୍ଷ। ଏଥିରେ ଆଗ ଧାଡିର ଯୋଦ୍ଧା ଭାବେ ଦିନ ରାତି ଜୀବନକୁ ବାଜି ଲଗାଇଛନ୍ତି ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ, ଜିଲ୍ଲା ପ୍ରଶାସନ, ପୋଲିସ, ସଫେଇ କର୍ମଚାରୀ। ଯାହାଙ୍କ ମନୋବଳ ବଢାଇବା ସହ ଉତ୍ସାହିତ କରିବା ପାଇଁ ସାରା ରାଜ୍ୟରେ ନିରବ ପ୍ରାର୍ଥନାର ଆହ୍ବାନ ଦିଆଯାଇଛି। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକୁ ସମ୍ମାନ ଜଣାଇ ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହି ପ୍ରାର୍ଥନାର ଆୟୋଜିତ ହୋଇଯାଇଛି। ବିଭିନ୍ନ ବର୍ଗର ପୁରୁଷ ମହିଳା ଏଥିରେ ସାମିଲ ହୋଇ କୋଭିଡ ଯୋଦ୍ଧାଙ୍କ ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରିଛନ୍ତି। ପୂର୍ବରୁ ଦେଶବାସୀ ଘଣ୍ଟ ତାଳି ଓ ଦୀପ ଜାଳି ଉତ୍ସାହିତ କରିଥିଲେ।


















