Friday, November 6, 2026
ADVERTISEMENT
Home ଆଞ୍ଚଳିକ ବିଦ୍ୟୁତ ବିଭାଗ ଘେରିଲେ ଶତାଧିକ ପଞ୍ଚାୟତବାସୀ

ବିଦ୍ୟୁତ ବିଭାଗ ଘେରିଲେ ଶତାଧିକ ପଞ୍ଚାୟତବାସୀ

231
ADVERTISEMENT

କୋଦଳା,୫/୮(ସୂର୍ଯ୍ୟନାରାୟଣ ବଡୁ) : ବାରମ୍ବାର କୋଦଳା ସାଉଥକୋ ବିଦ୍ୟୁତ ବିଭାଗ ର ମନମୁଖୀ କାର୍ଯ୍ୟ ତଥା ବିଜୁଳି ବିଭ୍ରାଟ ରେ ଅତିଷ୍ଠ ହୋଇ ମଙ୍ଗଳବାର ବିଳମ୍ବିତ ରାତିରେ ୭00ରୁ ଊର୍ଦ୍ଧ୍ବ ପଞ୍ଚାୟତ ବାସୀ କୋଦଳା ବ୍ରହ୍ମପୁର ମୁକ୍ଷ୍ଯ ରାସ୍ତାରେ ଥିବା ସାଉଥକୋ ବିଦ୍ୟୁତ ବିଭାଗରେ ପହଞ୍ଚି ପ୍ରାୟ ଏକଘଣ୍ଟାରୁ ଅଧିକ ସମୟ କାର୍ୟାଳୟକୁ ଘେରାଉ କରି ରଖିଥିବା ଏବଂ କୌଦଳା ପୋଲିସର ହସ୍ତକ୍ଷେପ ଓ ବିଦ୍ୟୁତ ଆସିବା ପରେ ସେଠାରୁ ଫେରିଥିବା ଜଣାପଡ଼ିଛି ।
ମୋତେ ଯେତେ ମାଠିବୁ ମାଠ ……….ଏମିତି ଦେଖାଦେଇଛି କୋଦଳା ବିଦ୍ୟୁତ ବିଭାଗରେ ।ଯେତେ ଯିଏଁ ଅଭିଯୋଗ କଲେ ବି ବିଜୁଳି ସମସ୍ୟା ସୁଧୁରୁନି କି ବିଜୁଳି କର୍ମକର୍ତ୍ତାଙ୍କ ବେଖାତିର ମନୋଭାବ କମିବାର ନା ନେଉନି ।ଯେଉଠି ପତ୍ର ହଲିଲେ ବିଦ୍ୟୁତ ଗାୟବ ହେବା ସହିତ ମେଘବର୍ଷା ହେବାର ସୂଚନା ଓ ସମ୍ଭାବନା ଦେଖାଦିଏ ।ବିଦ୍ୟୁତ କର୍ମଚାରୀଙ୍କୁ ଆଜି କେତେ ସମୟ ପାୱାର କଟ ହେବ ବୋଲି ଜନସାଧାରଣ ପଚାରିବା ବଦଳରେ ପଚାରୁଛନ୍ତି ଆଜି କେତେ ସମୟ ବିଜୁଳି ରହିବ । ୨୪ଘଣ୍ଟାରୁ ମାତ୍ର ୮ଘଣ୍ଟା ପର୍ଯ୍ୟାୟ କ୍ରମେ ସ୍ଥିର ଭାବେ ଲାଇନ ରହୁଛି ଅବଶିଷ୍ଠ ସମୟ କର୍ମକର୍ତ୍ତାଙ୍କ ଦୟାରେ ଯିବା ଆସିବା କରେ । କାର୍ୟାଳୟ ରେ ଥିବା କର୍ମକର୍ତ୍ତା ଏପରି ବିଜୁଳି ବିଭ୍ରାଟ କରି ଉଚ୍ଚପଦସ୍ତ କର୍ମକର୍ତ୍ତାଙ୍କ ଠାରୁ ବାହାବା ପାଉଥିବାରୁ ବିଭି୍ନ୍ନ ଆଳ ଦେଖାଇ ଲାଇନ କାଟୁଥିବା କିଛି ବ୍ୟକ୍ତି କହିଛନ୍ତି ।ଏଠି ଜେଇ , ଏସଡ଼ିଓ ଙ୍କ ଠାରୁ ଲାଇନମେନ ଙ୍କ ଭାଉ ଅଧିକ । କାରଣ ବିଲ କଲେକ୍ସନ ବ୍ୟତିତ ଅନ୍ୟ କୌଣଷି ପରିସ୍ଥିତି ରେ ଜେଇ , ଏସ୍ଡିଓ ଙ୍କ ଦେଖା ମିଳି ନଥାଏ ।ସର୍ବେସର୍ବା ସ୍ଥାନୀୟ ଲାଇନମେନ । ସେମାନଙ୍କୁ ଅଭିଯୋଗ କଲେ ଆଇନ ର ଭୟ ଦେଖାଉଥିବା ଅଭିଯୋଗ ।ବର୍ତ୍ତମାନବିଜୁଳି ର ଲୁଚକାଳି ଖେଳ ରେ ବିଦ୍ୟାର୍ଥୀଙ୍କ ଅନଲାଇନ ପାଠପଢା ବିଦ୍ୟାର୍ଥୀ ସମେତ ଅଭିଭାବକ ଙ୍କୁ ଚିନ୍ତାରେ ପକାଇଛି । କାରଣ ଏଠି ବିଜୁଳି କଟୁ କଟୁ ନେଟ୍ବାର୍କ ମଧ୍ୟ ହଜିଯାଉଚି ।ଯାହାଫଳରେ ରେ ବିଦ୍ୟାର୍ଥୀ ଆସୂବିଧାର ସମ୍ମୁଖିନ ହୁଅନ୍ତି ।ଗତ ଏକ ମାସ ଧରି ବିଦ୍ୟୁତ ର ଏକାପ୍ରକାର ଖେଳ ଏବଂ ବହୁଦିନ ରାତ୍ର ରୁ ଅନିର୍ଦ୍ଦିଷ୍ଟ ବିଜୁଳି ବିଭ୍ରାଟ ଯୋଗୁଁ ଉତକ୍ଷିପ୍ତ ହୋଇ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ସାତଗୋଟି ପଞ୍ଚାୟତ ର ସାତଶହ ରୁ ଊର୍ଦ୍ଧ୍ବ ବ୍ୟକ୍ତି ଏକତ୍ରିତ ଭାବେ ବିଦ୍ୟୁତ କାର୍ୟାଳୟ କୁ ଘେରାବନ୍ଦି କରି ରଖିଥିଲେ ।କିନ୍ତୁ ସେଠାରେ ନା ଥିଲେ ଜେଇ କି ଏସ୍ଡିଓ । କନିଷ୍ଠ ଯନ୍ତ୍ରୀ କିରଣ କୁମାର ମେଡିକାଲ ରେ ଅଛନ୍ତି ବୋଲି ଫୋନ ରେ କହିଥିଲେ ମଧ୍ୟ ବ୍ରେକଡାଉନ କେଉଁଠି ହୋଇଛି ଦେଖି ଶୀଘ୍ର ଲାଇନ ଦେବାକୁ ଚେଷ୍ଟା କରୁଛି ବୋଲି କହିଥିବା ବେଳେ ଏସ୍ଡିଓ ପ୍ରୁଥ୍ଵୀରାଜ ଦାଶ ଫୋନ ମଧ୍ୟ ରିସିଭ କରିନଥିଲେ । କେବଳ କାର୍ୟାଳୟ ରେ ଥିବା ଜଣେ କ୍ଲାର୍କ ଓ ଦୁଇ କର୍ମଚାରି ଲୋକଙ୍କୁ ବୁଝାଇବାକୁ ଚେଷ୍ଟାକରିଥିଲେ । କିନ୍ତୁ ଉତକ୍ଷିପ୍ତ ଜନସାଧାରଣ ସେମାନଙ୍କ ଜିଦି ରେ ଅଟଳ । ଏହି ସମୟ ରେ ପେଟ୍ରୋଲିଙ୍ଗ କରୁଥିବା ଥାନା ଅଧିକାରୀ ଦେବାଶିଷ ମହାନ୍ତି ସହକର୍ମୀଙ୍କ ସହିତ ସେଠାରେ ପହଞ୍ଚି ଲୋକଙ୍କୁ ଆଇନ କୁ ହାତକୁ ନ ନେବାକୁ ପରାମର୍ଶ ଦେଇ ବୁଝାସୁଝା କରି ଫେରାଈଥିଲେ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି ।କିନ୍ତୁ ରାତ୍ର ଠିକ୧୨ଘଣ୍ଟସମୟ ରେ ବିଦ୍ୟୁତ ଆସିବାରୁ ବ୍ରେକଡାଉନ ଉପରେ ସନ୍ଦେହ ପ୍ରକାଶ କରି ଏହା ନିଜର ଗୁରୁତ୍ଵ ବଢାଇବା ପାଈଁ ଲୋକାଲ ଲାଇନମେନ ଙ୍କ ଚାଲ ବୋଲି ଚର୍ଚା ହୋଇଥିଲା ।

Advertisement