ବ୍ରହ୍ମପୁର,୫/୮(ଗୁରୁପ୍ରସାଦ ପଟନାୟକ) : ଆଜି ୫ ଅଗଷ୍ଟ ୨୦୨୦ ରେ ଗୋଷାଣୀ ନୂଆ ଗାଁ ଠାରେ ସ୍ଥାନୀୟ ଯୁବକଙ୍କ ସହ ସହରର ବିଭିନ୍ନ ସ୍ଥାନରୁ ହିନ୍ଦୁ ଯୁବକ ମାନେ ଏକତ୍ରିତ ହୋଇ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିରର ଭୂମି ପୂଜା ସକାଶେ ହୋମ ଯଜ୍ଞର ଆୟୋଜନ କରାଯାଇଥିଲା । ଗୋଷାଣୀ ନୂଆ ଗାଁ, ବଡ଼ସାହି, ବଡ଼ ମଠ ଠାରେ ଏହା ଅନୁଷ୍ଠିତ ହୋଇଥିଲା । ଏବଂ ଏଥିରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ କାଉନସିଲର (କର୍ପୋରେଟର ) ନମିତା ରାଣୀ ପଣ୍ଡା, ସୂର୍ଯ୍ୟ ସେନାର ମୁଖ୍ୟ ସନାତନ ଚୌଧୁରୀ, ଓକିଲ ହେମନ୍ତ କୁମାର ପଣ୍ଡାଙ୍କ ସହ ଅନିଲ ସାହୁ, କିଶାନ କୁମାର ପଣ୍ଡା,ବିକାଶ ଗୌଡ, ଦେବାଶିଷ ସାହୁ,ଶୁଭମ ଜେନା,କେ ରାହୁଲ କୁମାର, ମୁକେଶ ପ୍ରଧାନ ,ଶୁଭମ ଅଧିକାରୀ, ପୱାନ କୁମାର, ଶିବରାମ ବେହେରା, ଆଶୁତୋଷ ପାତ୍ର, ରାହୁଲ ପଟନାୟକ, ବିଭୁ ନନ୍ଦନ ଷଡ଼ଙ୍ଗୀ, ପପୁନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।



















