Friday, November 6, 2026
ADVERTISEMENT
Home ଆଞ୍ଚଳିକ ପୋଲିସ ପ୍ରଶାସନ ଛକାପଞା :ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଦଲାଲଙ୍କ ନିଦ ହଜିଛି

ପୋଲିସ ପ୍ରଶାସନ ଛକାପଞା :ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଦଲାଲଙ୍କ ନିଦ ହଜିଛି

232
ADVERTISEMENT

କୁକୁଡ଼ାଖଣ୍ଡି,୦ ୪/୦୮(ଇ.ରଞ୍ଜନ) : କୁକୁଡାଖଣ୍ଡି ବ୍ଲକରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ମୂଷା ବିଲେଇ ଖେଳ,ଉଭୟଙ୍କ ମଧ୍ୟରେ ଚାଲିଛି ଛକାପଞା। ଶନିବାର କୈଣସି ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଓ କୁକୁଡାଖଣ୍ଡି ତହସିଲଦାର ଇପସିତା ପ୍ରିୟଦର୍ଶିନୀ ମିଶ୍ର ସୂଚନା ଦେଇଥିଲେ , ସଦରଥାନା ଅଧିନରେ ଚାଲିଥିବା ଗୁରୁଣ୍ଠି, ମାଥାପଲ୍ଲୀ ଦୁଇଟି ବଡଧରଣର ଗୁଟୁଖା ଫେକ୍ଟ୍ରି ଉପରେ ଚଢଉ କରିଥିଲେ। ସେଠାରୁ ଦେଢକୋଟି ଟଙ୍କାର ଗୁଟୁଖା,ମେସିନଓ ଅନ୍ୟାନ ସାମଗ୍ରୀ ଜବତ କରିବା ସହ ସେଠାରୁ ୮ ଜଣ ପ୍ରସ୍ତୁତକାରୀ ଶ୍ରମିକକୁ ଅଟକ କରି ସଦର ପୋଲିସରେ ଜିମା ଦେଇଥିଲେ।ଅନ୍ୟପକ୍ଷେ ବରପଲ୍ଲୀ ଠାରେ ଚାଲିଥିବା ଏକ କାଜୁ ଫେକ୍ଟ୍ରିରେ ବହୁ ପରିମାଣର ବାଲି ଗଛିତ ଥିବାଦେଖି ଫେକ୍ଟ୍ରିକୁ ବନ୍ଦ କରିବାକୁ ନିର୍ଦ୍ଧେଶ ଦେବାସହ ବାଲିର ଓ୍ବାଇ ଫମ ଦାଖଲ କରିବାକୁ ନୋଟିସ କରିଥିଲେ।ଚଢଉର ଦେଢ ଘଣ୍ଟାପରେ ପୋଲିସ ବିଭାଗ ସେଠାରେ ପହଞିଥିଲେ। ଅନ୍ୟପକ୍ଷେ ସଦର ଏସଡିପିଓ ଜୟନ୍ତ ମହାପାତ୍ର ରବିବାର ପାହାନ୍ତିଆ ବେଆଇନ ବାଲି ଓ ମୋରମ ଚୋରା ଚାଲାଣକୁ ଧରିଲେ ବ୍ରହ୍ମପୁର ସଦର ଏସଡ଼ିପିଓ ଜୟନ୍ତ ମହାପାତ୍ର ଗୋପାଳପୁର,ସଦର ଓ ଗୋଳନ୍ଥରା ଥାନା ଅଞ୍ଚଳରେ ଚଢ଼ାଉ ହୋଇଛି। ଗୋଳନ୍ଥରା ପୁଲିସ ଗୋଟିଏ ବାଲି ଓ ଗୋଟିଏ ମୋରମ ଟ୍ରକ , ଗୋପାଳପୁର ଥାନା ଅଞ୍ଚଳରୁ ୩ ଟ୍ରକ ମୋରମ ଓ ସଦର ଥାନା ଅଞ୍ଚଳରୁ ୨ ଟ୍ରକ ବାଲି ଓ ଗୋଟିଏ ଟ୍ରକ ମୋରମରୁ ଜବତ କରାଯାଇଛି। 8ଜଣ ଚାଳକ ଙ୍କୁ ଅଟକ ରଖି ପଚାର ଉଚାର ଜାରି ରଖିଛି ପୁଲିସ। ଚର୍ଚ୍ଚା ହେଉଛି ଉପଜିଲ୍ଲାପାଳ ବେଆଇନ ଗୁଟୁଖା ଫେକ୍ର୍ଟି ଉପରେ ଚଢଉ କରିବା ପରେ ସଦର ଏସଡିପିଓ ପୋଲିସର ଭାବମୂର୍ତ୍ତିକୁ ସ୍ବଛତା ଦେଖାଇବାକୁ ରାଜସ୍ବ ବିଭାଗ ଅଧିନରେ ଥିବା ବାଲି ଟ୍ରକ ଗୁଡିକୁ ଅଟକ ରଖିଛନ୍ତି।

Advertisement