କୁକୁଡ଼ାଖଣ୍ଡି,୦ ୪/୦୮(ଇ.ରଞ୍ଜନ) : କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚାପଡ଼ା ପଞ୍ଚାୟତ ଅଧିନସ୍ଥ ଶକ୍ତିନଗର ତୃତୀୟ ଲାଇନ ଅଞ୍ଚଳରେ ଗତକାଲି ରାତ୍ରରେ କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ୨ତାରିଖରେ ଉଭୟଙ୍କ ମଧ୍ୟରେ କୋଳହ ସୃଷ୍ଟି ହୋଇଥିଲା। ସେ ଜଣେ ସରକାରୀ କର୍ମଚାରି l ସ୍ତ୍ରୀର ଦୈନିକ ଝଗଡା ସୃଷ୍ଟି ହେଉଥିବାରୁ ବାଧ୍ୟ ହୋଇ ଶେଷରେ ଲୋକନାଥ ପାତ୍ର (୩୨) ସୋମବାର ରାତ୍ରି ୧୧ ସମୟରେ ବିଷ ପିଇ ଆତ୍ମହତ୍ୟା କରିଥିବା ନିମଖଣ୍ଡିଫାଣ୍ଡିର ଦାୟିତ୍ୱ ତୁଲାଉଥିବା ଏଏସଆଇ ମଧୁସୂଦନ ବେହେରା ସୂଚନା ଦେଇଛନ୍ତି । ସେ ବିଷ ପିଇ ଛଟପଟ ହେଉଥିବା ବେଳେ ସ୍ଥାନୀୟ ବାସିନ୍ଦା ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ବ୍ରହ୍ମପୁର ବଡ଼ଡାକ୍ତର ଖାନାକୁ ସ୍ଥାନାନ୍ତର କରିଥିଲେ । ମେଡିକାଲରେ ମୁର୍ତ୍ୟୁ ଘଟିଥିବା ଜଣାପଡିଛି ।
ସୂଚନାଥାଉକି ସେ ଦୀର୍ଘଦିନ ଧରି ବାହା ହୋଇଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ତାନଜନ୍ମି ନଥିବା ଯୋଗୁଁ ଘରେ ସ୍ତ୍ରୀ ଚାପ ସୃଷ୍ଟି ହେଉଥିବା ଅଞ୍ଚଳବାସିଙ୍କ ସନ୍ଦେହ ଘନେଇଥିଲା ଦୀର୍ଘଦିନର ଘରେ ଅସନ୍ତୋଷ ବୃଦ୍ଧି ପାଉଥିବାରୁ ଲୋକନାଥ ପାତ୍ର ଆତ୍ମହତ୍ୟା କରିଥିବା ସନ୍ଦେହ ସୃଷ୍ଟିକରୁଛି । ସୂଚନା ଅନୁଯାୟୀ ସେ ଜଣେ ସରକାରୀ କୃଷି ବିଭାଗର କର୍ମଚାରୀ ଥିଲେ । ଏନେଇ ସଦରଥାନାରେ ୨୩/୨୦ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ଏବଂ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ୟବଛେଦ ଗୃହକୁ ପଠାଯାଇଛି ଘଟଣାର ତଦନ୍ତ ସଦର ପୋଲିସ୍ ଜାରି ରଖିଛି ।


















