Friday, November 6, 2026
ADVERTISEMENT
Home ଆଞ୍ଚଳିକ ଲାଇସେନ୍ସ ପ୍ରାପ୍ତ ପାନ ମସଲା ଫେକ୍ଟ୍ରିରେ ଚଢଉ ମାଲିକ ଅଟକ

ଲାଇସେନ୍ସ ପ୍ରାପ୍ତ ପାନ ମସଲା ଫେକ୍ଟ୍ରିରେ ଚଢଉ ମାଲିକ ଅଟକ

287
ADVERTISEMENT

କୁକୁଡାଖଣ୍ଡି,୦ ୪/୦୮(ଇ.ରଞ୍ଜନ) :- ଦୀର୍ଘଦିନର ଲୁକାୟତ ବେଆଇନ ପୁଡିଆ ଭଣ୍ଡାର ଗୁଡିକ ପ୍ରଶାସନର ଦୃଷ୍ଟିଆଡୁଆଳରେ ମୁଣ୍ଡଟେକିଥିଲେ ସହରର ବଡ଼ ବଡ଼ ଦୋକାନୀ ମହଲ କରୋନା ଯୋଗୁଁ ଦୀର୍ଘଦିନ ବନ୍ଦ ରହିଥିବା ବେଳେ ବିଭିନ୍ନ ବିଷାକ୍ତକେମିକାଲ ପଦ୍ଧତିରେ ନିର୍ମିତ ପୁଡିଆ ଲକଡାଉନ,ସର୍ଟଡାଉନରେ ପୁଡିଆ ପ୍ରସ୍ତୁତ କରି ବଜ଼ାରରେ ଚଢାଦରରେ ବିକ୍ରିକରିବାରେ ସକ୍ଷମ ଅର୍ଜନ କରି ଟଙ୍କା ଆଦାୟ କଲେ ପ୍ରଶାସନକୁ ସୁରାକ ମିଳିବାରୁ କଳାବେପାର ଉପରେ ରୋକଲଗାଇ ଦୁଇଦିନ ତଳେ ବ୍ରହ୍ମପୁର ଉପଜିଲ୍ଲାପାଳ ସଦରଥାନା ଅଧିନରେ ଚାଲିଥିବା ଦୁଇଟି ବଡଧରଣର ବେଆଇନ ଗୁଟୁଖା ଫେକ୍ଟ୍ରି ଉପରେ ଚଢଉ କରି ଦେଢ କୋଟିରୁ ଉର୍ଦ୍ଧ ଟଙ୍କାର ଗୁଟୁଖା ଜବତ କରିଥିଲେ ୮ ଜଣଙ୍କ ନାମରେ ମୋକଦମା ରୁଜୁହୋଇଥିଲା । ଏହାର ଖୁଲାସା ପରେ ଚେତିଲା ପୋଲିସ ବିଭାଗ ।ସୋମବାର ମାଧ୍ୟାନ୍ନ ସମୟରେ ସଦର ଏସଡିପିଓ ଜୟନ୍ତ ମହାପାତ୍ର ଥାନା ନିକଟ ବାଉଁସିଆପଲ୍ଲୀ ଠାରେ ଥିବା ଏକ ଲାଇସେନ୍ସ ପ୍ରାପ୍ତ ଫେକ୍ଟ୍ରି ଉପରେ ଚଢଉ କରିଥିଲେ। ପାନ ମସଲା ଲାଇସେନ୍ସରେ ବେଆଇନ କାରବାର ଚାଲୁଥିବା ନେଇ ଚଢଉ ହୋଇଥିଲା।ସେଠାରୁ ୧୦୦ବସ୍ତା ପୁଡିଆ ,୫ଡି ମେସିନ ଜବତ କରିଥିଲେ ,ମାଲିକ ନରେନ୍ଦ୍ରଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା ଚଲାଇଛନ୍ତି।ଏହାର ତଦନ୍ତ ହେବ ବୋଲି କହିଛନ୍ତି ସଦର ଏସଡିପିଓ।

Advertisement