କୁକୁଡାଖଣ୍ଡି,୦ ୪/୦୮(ଇ.ରଞ୍ଜନ) :-ଚୋରା ମଦର ପେଣ୍ଠସ୍ଥଳୀ ପାଲଟିଥିବା ଢେପାଗୁଡା ଠାରୁ ବିପୁଳ ପରିମାଣର ମଦ ଜବତ କରିଛନ୍ତି କୁକୁଡାଖଣ୍ଡି ତହସିଲଦାର ଇପସିତା ପ୍ରିୟଦଶନୀ ମିଶ୍ର ଓ ଅବକାରୀ ବିଭାଗ।୧୮ହଜାର ଲିଟର ପୋଚ ସହ ୪୮୦ ଲିଟର ଦେଶୀ ମଦ ଜବତ କରିଛନ୍ତି।ପୂବରୁ ଉକ୍ତ ସ୍ଥାନରେ ବହୁବାର ଚଢଉ କରି ମଦ ଜବତ କରିଥିଲେ ମଧ୍ୟ ସ୍ଥାନୀୟ ଅଞଳର କିଛି ମଦ ବେପାରୀ ମାନକଂ ସହଯୋଗରେ ପୁଣି ଚୋରା କାରବାର ଚାଲୁଛି।ଉକ୍ତ ଅଞଳ ପାହାଡ ଘେରା ହୋଇଥିବାରୁ ସେଠାରେ ଅନବରତ ମଦ ପ୍ରସ୍ତୁତି ଚାଲୁଛି।ଏନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଉପ ଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ।


















