କୋଦଳା,୦୧/୦୮(ସୂର୍ଯ୍ୟନାରାୟଣ ବଡୁ) : କରୋନା ସଂକ୍ରମଣ କୁ ରୋକିବା ପାଇଁ ଶୁକ୍ରବାର କୋଦଳା ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ଓ କୋଭିଡ ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ଚୌଧୁରୀଙ୍କ ପ୍ରତ୍ଯକ୍ଷ୍ଯ ତତ୍ଵାବଧାନରେ ସ୍ବଚ୍ଛତା ଏକ୍ସପୋର୍ଟର ଚନ୍ଦ୍ର ମାରାଣ୍ଡିଙ୍କ ଉପସ୍ଥିତିରେ କୋଦଳା ଅଗ୍ନୀଶମ ବିଭାଗ ଅଧିକାରୀ ସୁର୍ଜୟ କୁମାର ହେମ୍ବ୍ରମଙ୍କ ନେତ୍ରୁତ୍ଵରେ ଦମକଳ ଗାଡି ଏନଏସି ୱାର୍ଡ ନମ୍ବର ୨,୭,୮,୧0,୧୩ ସମେତ ପରିବା ଏବଂ ମାଛ ବଜାର ରେ କ୍ଲୋରିନ ଓ ବ୍ଲିଚିଙ୍ଗ ପାଣି ଦ୍ଵାରା ସିଞ୍ଚନ କରିଥିବା ଜଣାପଡିଛି ।ଏହି ପାଞ୍ଚଗୋଟି ୱାର୍ଡ ରେଡ଼ଜୋନରେ ରହିଥିବା ଜଣାପଡ଼ିଛି । ପୁରା ଏନଏସି ସମେତ ଏହି ପାଞ୍ଚ ୱାର୍ଡକୁ କୋଭିଡ ମନିଟର ମାନେ ସ୍ଵତନ୍ତ୍ର ଦ୍ରୁଷ୍ଟି ଦେବାକୁ ଏନଏସି ପ୍ରଶାସନ ପରାମର୍ଶ ଦେଇଛି। ଲୋକେ ଘରେ ରୁହନ୍ତୁ , ମାସ୍କ ବ୍ୟବହାର କରନ୍ତୁ , ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ , ବାରମ୍ବାର ସାବୁନ ରେ ହାତଧୁଅନ୍ତୁ କହିବା ସହିତ ବ୍ୟବସାୟୀ ମାନଙ୍କ କୋଭିଡ ନିୟମ ସମ୍ପର୍କରେ ଡାକବାଜି ଯନ୍ତ୍ର ଦ୍ଵାରା ପ୍ରଚାର କରାଯାଉଥିବା ଦେଖିବାକୁ ମିଳିଛି ।


















