କୁକୁଡାଖଣ୍ଡି,୦୧/୦୮(ଇ.ରଞ୍ଜନ) : ସଦରଥାନା ଅଧିନରେ ଗୁରୁଣ୍ଠି ମାର୍ଥାପଲ୍ଲୀ, ବୋରପଲ୍ଲୀ ଠାରେ ଥିବା ବେଆଇନ ଦୁଇଟି ଗୁଟଖା କାରଖାନା ଏବଂ ଶମ୍ବୁସାହୁ ନାମକ ଜଣଙ୍କ କାଜୁପେକ୍ଟ୍ରି ଉପରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତl ତ୍ରେୟ ଭାହୁସାହେବ ଓ କୁକୁଡାଖଣ୍ଡି ତହସିଲଦାର ଇପ୍ସିତାପ୍ରିୟଦର୍ଶନି ମିଶ୍ର ମିଳିତ ଭାବରେ ଚଢ଼ାଉ କରିଥିଲେ । ମାର୍ଥାପଲ୍ଲୀ ଠାରେ ଥିବା ଧାନକଳ ସମ୍ମୁଖରେ ଏକ ଘରୁ ଚଢ଼ାଉ କରି ୬ ମେସିନ ୧ କୋଟି ଟଙ୍କା ଉର୍ଦ୍ଧ ସହ ସେଠାରେ ଥିବା ୮ ଜଣ ଶ୍ରମିକଙ୍କୁ ସଦର ପୋଲିସ ଅଟକ ରଖିଛନ୍ତି । ଅନ୍ୟ ପକ୍ଷେ ଗୁରୁଣ୍ଠି ପଞ୍ଚୁଶକ୍ତି ମନ୍ଦିର ନିକଟରେ ଥିବା ଏକ ପରୀତକ୍ତ୍ୟ ଗୃହରୁ ଚଢ଼ାଉ କରିଥିଲେ ।ସେଠାରୁ ୫0ଲକ୍ଷ ଟଙ୍କାର ଗୁଟଖା ସହ ବିଭିନ୍ନ ଆବଶ୍ୟକ ସରଞ୍ଜାମ ଜବତ କରିଥିଲେ ଉକ୍ତ ଗୁଟଖା କାରଖାନା ଚଳାଉଥିବା ବ୍ୟକ୍ତିଙ୍କ ବୋରପଲ୍ଲୀ କାଜୁଫେକ୍ଟ୍ରି ଉପରେ ମଧ୍ୟ ଚଢ଼ାଉ କରିଥିଲେ ଫେକ୍ଟ୍ରି ପରିସରରେ ଥିବା ସେଫଟି ଟେଙ୍କ ଭିତରୁ ବିଭିନ୍ନ କମ୍ପାନୀର ଗୁଟଖା ଜରି ଜରିରିଲ ମଧ୍ୟ ପାଣି ଭିତରେ ପଡି ଥିବାବେଳେ ସେଫଟି ପରିସରରେ ବହୁତ ପରିମାଣରେ ବାଲି ମଧ୍ୟ ମହଜୁଦ ରହିଥିବା ଦେଖି ଉକ୍ତ ପେକ୍ଟ୍ରିକୁ ସିଲ କରିବା ପାଇଁ ଉପଜିଲ୍ଲାପାଳ ତହସିଲଦାରଙ୍କୁ ନିର୍ଦେଶଦେଇଥିଲେ । ଉପଜିଲ୍ଲାପାଳଙ୍କ ଚଢ଼ାଉର ଦେଢ଼ଘଣ୍ଟା ପରେ ସଦର ଏସଡିପିଓ ଜୟନ୍ତ ମହାପାତ୍ର ସଦର ଆଇ.ଆଇ ସି ସନ୍ତୋଷୀନି ଓରାମ ଓ ନିମଖଣ୍ଡି ଫାଣ୍ଡି ଷ୍ଟାଫ ପହଂଚି ଗୁଟଖା ମେସିନ, ଜବତ ସହ ୮ ଜଣଙ୍କ ନାମ ରେ ସଦରଥାନାରେ ପୃଥକ ପୃଥକ ମାମଲା ରୁଜୁ ହୋଇଛି ଏଥିରେ କୁକୁଡାଖଣ୍ଡି ତହସିଲଦାର ଅତିରିକ୍ତ ତହସିଲଦାର ଅମ୍ବିତ ମହାନ୍ତି ଓ ଆର ଆଇ ମାନେ ଯୋଗଦେଇଥିଲେ ।



















