ବ୍ରହ୍ମପୁର,୨୮/୭,(ବିଶ୍ୱରଂଜନ) : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବୁରାତାଲ ପଞ୍ଚାୟତକୁ ବ୍ରହ୍ମପୁର ଉପ ଜିଲ୍ଲାପାଳ ରବିବାର ଅଚାନକ ଗସ୍ତ କରିଛନ୍ତି। ଗତକାଲି ପଞ୍ଚାୟତର ଉପର ବୁରାତାଲ ଠାରେ ସ୍ବାସ୍ଥ୍ୟ ଟିମ୍ ପହଞ୍ଚି ଆଦିବାସୀ ମାନଙ୍କ କୋରୋନା ଆଣ୍ଟିଜେନ୍ ଟେଷ୍ଟ କରି ଫେରିଥିଲେ। ସେଥିମଧ୍ୟରୁ ୧୩ ଜଣଙ୍କ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ ଆଜି ଉପ ଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ , ବିଡ଼ିଓ ପ୍ରକାଶ କୁମାର ଦାସ, ମେଡିକାଲ ଇନ୍ ଚାର୍ଜ ଡଃ ସମ୍ବିତ ବେଗରାୟ,ଟିଡିଏ ସ୍ବତନ୍ତ୍ର ଅଧିକାରୀ ରାମଚନ୍ଦ୍ର ସେଠୀ ପ୍ରମୁଖ ପାହାଡ଼ ଚଢି ସେଠାକାର ଲୋକ ମାନଙ୍କୁ ଡାକି କୋରୋନା ମହାମାରୀ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ଦେବା ସହ ପଜିଟିଭ୍ ଚିହ୍ନଟ ୧୩ ଜଣ କୁ ଚିକତ୍ସା ପାଇଁ ପଠାଯିବା ଉପରେ ଗୁରୁତ୍ୱ ଦେଇଥିଲେ ।


















