ବ୍ରହ୍ମପୁର,୨୮/୭,(ଇ.ରଞ୍ଜନ) :ବ୍ରହ୍ମପୁର ଏମକେସିଜି ମେଡିକାଲ ପରିସରରେ ସୁରକ୍ଷା ବ୍ୟବସ୍ଥାରେ ଢିଲାପଡିଥିବା ଯୋଗୁଁ ବିଭିନ୍ନ ମହଲରେ ଘୋର ନିନ୍ଦା କରାଯାଇଛି କେଉଁ ସମୟରେ ଡାକ୍ତର ରୋଗୀଙ୍କୁ ଚିକିତ୍ସା କରୁନାହାନ୍ତି ତ କେତେ ବେଳେ ଆମ୍ବୁଲାନ୍ସ ରୋଗୀଙ୍କ ପାଖରେ ଥାଇ ମଧ୍ୟ ଆମ୍ବୁଲାନ୍ସ ସୁବିଧାରୁ ରୋଗୀ ବାଦପଡି ମୁର୍ତ୍ୟୁ ମୁଖରେ ସମୁଖୀନ ହେଉଥିବା ଦୃଷ୍ଟିକୁ ଆସୁଛି ଗତ ସୋମବାର ପୁରୁଣା ବ୍ରହ୍ମପୁର ପ୍ରହଲ୍ଲାଦ ନଗର ଅଞ୍ଚଳ ରୋଗୀ ସେବାରେ ଯାଇଥିବା ସରକାରୀ ଆମ୍ବୁଲାନ୍ସ କରୋନା ସନ୍ଦେହକୁ ନେଇ ରୋଗୀଙ୍କୁ ସେବା ଯୋଗାଇ ବାରେ ବିଫଳ ହୋଇ ଜଣେ ଲୋକ ଙ୍କ ଜୀବନ ଯାଇଥିଲା ସେହିପରି ମେଡିକାଲ କୁ ଯାଇଥିବା ଗର୍ଭବତୀ ମହିଳା ସେ କୁକୁଡାଖଣ୍ଡି ବ୍ଲକ ବାଳକୃଷ୍ଣପୁର ଗ୍ରାମର ଗର୍ଭବତୀ ମହିଳା ନାମ ରୁକ୍ମିଣୀ ଗୌଡ଼ ସେ ଏମ.କେ.ସିଜି ମେଡିକାଲ କାଜୁୟାଲଟିରେ ଚିକିତ୍ସିତ ହେଉଛନ୍ତି l ଏବଂ ସେ ୯ ମାସର ଗର୍ଭବତୀ ଥିବା ଜଣାପଡିଛି ଯନ୍ତ୍ରଣା ରେ ଛଟପଟ ହେଉଛି କିନ୍ତୁ ତାଙ୍କୁ ଦେଖିବା ପାଇଁ କୌଣସି ଡାକ୍ତର କିମ୍ୱା ନର୍ସ କରୋନା ଭୟରେ ଆସୁନାହାନ୍ତି l ତେବେ ପ୍ରଶ୍ନ ଉଟୁଛି ବିପଦ ସମୟରେ ରୋଗୀଙ୍କୁ ଚିକିତ୍ସା କରିବା ଡାକ୍ତରଙ୍କୁ ଭୟଘାରିଛି ତେବେ ଭାରତ ସୀମାରେ ଯୋଗୀରହିଥିବା ଭାରତୀୟ ଯବାନ ତାଙ୍କ ପାଇଁ କେତେ ବିପଦ ଥିଲେ ମଧ୍ୟ ଫେରୁଛନ୍ତି କି ? ଯେତେ ବିପଦ ଥିଲେ ମଧ୍ୟ୍ୟ ଲୋଡେଇ କରିବା ପାଇଁ ପ୍ରସ୍ତୁତ ରୁହନ୍ତି l ସେହିଭଳି ରୋଗୀଙ୍କୁ ମଧ୍ୟ ବିପଦ ସମୟରେ ଯବାନ ପରି ଡାକ୍ତର ରୋଗୀ ସେବାରେ ପ୍ରତି ମୁହୂର୍ତ୍ତରେ ନିୟୋଜିତ କରିବା ପାଇଁ ସରକାର ଓ ଉଚ୍ଚ ସ୍ୱାସ୍ଥ୍ୟ ପ୍ରଶାସନ ଓ ଜିଲ୍ଲାପ୍ରଶାସନ ମିଳିତଭାବେ ରୋଗୀଙ୍କ ସଠିକ ଚିକିତ୍ସା ନିମନ୍ତେ ଚିକିତ୍ସାଳୟରେ ଚିକିତ୍ସକ ମାନଙ୍କୁ ନିର୍ଦେଶ ଦେବା ପାଇଁ ଜନସାଧାରଣଙ୍କ ଦାବି ହୋଇଛି l


















