Saturday, November 7, 2026
ADVERTISEMENT
Home ଆଞ୍ଚଳିକ ଶବ ସତ୍କାର କରି ମାନବିକତାର ପରିଚୟ ଦେଲେ ବୋରିଗାଁ ସରପଞ୍ଚ ଓ ବିଜୁ ଯୁବ ବାହିନୀ

ଶବ ସତ୍କାର କରି ମାନବିକତାର ପରିଚୟ ଦେଲେ ବୋରିଗାଁ ସରପଞ୍ଚ ଓ ବିଜୁ ଯୁବ ବାହିନୀ

201
ADVERTISEMENT

କୁକୁଡ଼ାଖଣ୍ଡି,୨୮/୭,(ଇ.ରଞ୍ଜନ) :କରୋନା ମହାମାରୀ ଯୋଗୁଁ ଲୋକେ ମାନକିବତାକୁ ହରାଇବାକୁ ପଡୁଛିି । ସାଧାରଣରେ ମୃତ୍ୟୁ ହେଲେ ମଧ୍ୟ ମର ଶରୀରକୁ କାନ୍ଧ ଦେବା ପାଇଁ ଲୋକମାନେ ଆଗକୁ ଆସିବାକୁ ପଛାଉଛନ୍ତି । ଏଭଳି କରୋନା ଭୟାବହ ପରିସ୍ଥିତିରେ କିଛି ବ୍ୟକ୍ତିମାନଙ୍କ ମାନବିକତାକୁ ବାଦ୍ ଦେଇ ପାରିନାହିଁ । ଏହି କିଛି ବଦାନ ବ୍ୟକ୍ତିଙ୍କ ମାଧ୍ୟମରେ କୁକୁଡ଼ାଖଣ୍ଡି ବ୍ଲକ ବୋରିଗାଁ ପଞ୍ଚାୟତ ଅନ୍ତର୍ଗତ ଜକରାପଲ୍ଲୀ ଗାଁରେ ଜଣେ ବ୍ୟକ୍ତି ଶବକୁ କାନ୍ଧ ଦେଇ ସମ୍ମାନର ସହ ସଂସ୍କାର ହୋଇଛି । ମିଳିଥିବା ସୂଚନାନୁସାରେ ଅଟତ ଦେହ ଖରାଫ ହେବା ଫଳରେ ବାଇରି କୃଷ୍ଣମୂର୍ତ୍ତି ମୃତ୍ୟୁ ହୋଇଥିଲା । ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ମକରଝୋଳ ଗାଁ ସେ ଦୀର୍ଘ ୫ବର୍ଷ ହେବ ଏହି ଗାଁରେ ଏକ ଭଡା ଘରେ ରହୁଥିବା ସୂଚନା ମିଳିଛି। ବୋରିଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ସମେତ ବିଜୁ ଯୁବ ବାହିନୀ ସଦସ୍ୟଙ୍କ ଦ୍ବାରା ଆଗବର ହୋଇ ପିପିକିଟ୍ ପରିଧାନ କରି ମୃତ ଅନ୍ତିମ ସଂସ୍କାର କରିଛନ୍ତି । ସରପଞ୍ଚ ବସନ୍ତ କୁମାର ସାହୁ ପହଞ୍ଚି ସମସ୍ୟା ବୁଝିବା ସହ ସ୍ଥାନୀୟ ବିଜୁ ଯୁବ ବାହିନୀ ସଦସ୍ୟଙ୍କ ସହାୟତାରେ ଗାଁ ମସାଣିକୁ ନେବା ପାଇଁ କାନ୍ଧ ଦେଇଥିଲେ ଏବଂ ନାଏବ୍ ସରପଞ୍ଚ ପ୍ରଫୁଲ୍ଲ ରାଉଳ, ବିଜୁ ଯୁବ ବାହିନୀ ସଭାପତି ରଞ୍ଜନ ସାବତ,ଅଭିରାମ ସେଠି, ବିଦେଶୀ ସେଠି, ସନ୍ତୋଷ ସେଠି, କରା ରାଉଲ ପ୍ରମୁଖ ମିଶି କୋକେଇରେ ସ୍ମଶାନକୁ ନେବା ସହ ଦାହ କରିଥିଲେ I ଯୁବ ଗୋଷ୍ଟିଙ୍କ ଏହି କାର୍ଯ୍ୟକୁ ବୁଦ୍ଧି ଯିବି ସମେତ ଅଞ୍ଚଳ ବାସି ବେଶ ପ୍ରଶଂସା କରିଚନ୍ତି I

Advertisement