Friday, November 6, 2026
ADVERTISEMENT
Home ଆଞ୍ଚଳିକ ଅବ୍ୟବସ୍ଥା ଘେରରେ କାର୍ଗିଲ ସହିଦ ଶ୍ରୀନିବାସଙ୍କ ଗାଁ, ସରକାର ଓ...

ଅବ୍ୟବସ୍ଥା ଘେରରେ କାର୍ଗିଲ ସହିଦ ଶ୍ରୀନିବାସଙ୍କ ଗାଁ, ସରକାର ଓ ପ୍ରଶାସନ ଦୃଷ୍ଟିଦେବାକୁ ସାଧାରଣରେ ଦାବି

604
ADVERTISEMENT

ବ୍ରହ୍ମପୁର,୨୮/୭,(ଇ.ରଞ୍ଜନ) : ବ୍ରହ୍ମପୁର ସହର ପାର୍ଶ୍ୱବର୍ତ୍ତୀ ଗ୍ରାମ ଜଗଦଳପୁର କୁକୁଡାଖଣ୍ଡି ବ୍ଲକର ପଞ୍ଜିକୃତ ଏହି ଅଞ୍ଚଳ ଗୁଡିକ ରୋଡର ବିକାଶ ଆଦିବାସୀ ଅଦ୍ୟୁସୀତ ଅଞ୍ଚଳ ଠାରୁ ଏହି ଅଞ୍ଚଳ ଅତି ଦୟନୀୟ ଅବସ୍ଥାରେ ରହିଅଛି ପୁଣି ସହରର ଗେଟ ବଜ଼ାରକୁ ସଲଗ୍ନ ହୋଇରହିଅଛି କିନ୍ତୁ ଗ୍ରାମ ଗୁଡିକ ଆଖିଦୃଷ୍ଟିଆ ଉର୍ଣ୍ଣୟନମୂଳକ କାର୍ଯ୍ୟ ହେଉନି କିମ୍ବା ମୁଖ୍ୟରାସ୍ତାର ବିକାଶ ହେଉନଥିବା ଅଭିଯୋଗ ହୋଇଛି ଲୋକଅଭିଯୋଗ ଅନୁଯାୟୀ ବହୁବର୍ଷ ପୂର୍ବେ ଭାରତ ସହ ପାକିସ୍ତାନର 1999 ମସିହାରେ କାର୍ଗିଲ ଯୁଦ୍ଧ ସମୟ ରେ ପ୍ରାଣହରେଇଥିବା ଜବାନ ଜିଲ୍ଲାର ଏକ ମାତ୍ର କାର୍ଗିଲ ଯୋଦ୍ଧା l ପାକିସ୍ତାନ ସହ ଲଢ଼ି ପ୍ରାଣହରେଇଥିଲେ ଜଗଦଳପୁର ଗ୍ରାମର ଏସ.ଶ୍ରୀନିବାସ ପାତ୍ର ଯେତେବେଳେ ତାଙ୍କ ମରଶରୀର ଗ୍ରାମକୁ ଅଣାଯାଇ ଶେଷ କୃତ୍ୟପାଳନ ହୋଇଥିଲା l ପରବର୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଗ୍ରାମକୁ ଆସି ପରିବାରଙ୍କ ସହ କଥା ହୋଇଥିଲେ ଏବଂ ପ୍ରତିମୂର୍ତ୍ତିକୁ ଉଦ୍ଘାଟନ କରିବା ସହ ବ୍ରହ୍ମପୁର ଗେଟ ବଜ଼ାର ଠାରୁ ଜଗଦଳପୁର ଗ୍ରାମ ପର୍ଯ୍ୟନ୍ତ ସହିଦ ରୋଡ ଭାବେ ପାଟିରେ ନାମିତ କଲେ କିନ୍ତୁ ଏହି ପର୍ଯ୍ୟନ୍ତ ଖାତାକଲମ ହୋଇନି ଏବଂ ରୋଡର ମଧ୍ୟ ବିକାଶ ହେଉନଥିବା ଯୋଗୁଁ ଅଞ୍ଚଳର ଲୋକେ ଦୃଘଟଣାରେ ଶିକାର ହୋଇ ସହିଦ ହେବାର ଆଶଙ୍କା ରଖି ମତପ୍ରକାଶ କରିଥାନ୍ତି ଅଞ୍ଚଳରେ ଲୋକଙ୍କ ବାରମ୍ବାର ପ୍ରତିସ୍ୱର ବଡୁଥିବାରୁ ଆଗାମୀ ଦିନରେ ଜନଆନ୍ଦୋଳନ ହେବାର ଆଶଙ୍କା ରହିଛି ପ୍ରତିସ୍ୱର ଅନୁଯାୟୀ ଆଦିବାସୀ ଅଞ୍ଚଳ ଠାରୁ ଜଗଦଳପୁର ନିମଖଣ୍ଡି, ଲୋଚାପଡ଼ା ବ୍ରଜନଗର ଅତି ନିମ୍ନସ୍ତରରେ ଏହି ଅଞ୍ଚଳ ଗୁଡିକ ରହିଥିବା କହିଛନ୍ତି ଏବଂ ଜନପ୍ରତିନିଧି ବା ଜିଲ୍ଲା ପ୍ରଶାସନ ଅଧିକାରୀ ମାନଙ୍କ ନଜରକୁ ଆସୁଥିଲେ ମଧ୍ୟ ଅଣଦେଖା କରୁଥିବା ଅଞ୍ଚଳବାସିଙ୍କ ଅଭିଯୋଗ କରିଛନ୍ତି l ଏଥିପ୍ରତି ଦୃଷ୍ଟି ଦେବାପାଇଁ ଜନସାଧାରଣଙ୍କଦାବି ନଚେତ ଆନ୍ଧଳୋନ କରିବା ପାଇଁ ଅଞ୍ଚଳବାସି ଚେତାବନୀ ଦେଇଛନ୍ତି l

Advertisement