ଚିକିଟି,୨୮/୭,(ଋଷିକେଶ ବେହେରା) : ଚିକିଟି ବ୍ଲକରେ 190ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ସେଥି ମଧ୍ୟରୁ 110ଜଣ ସୁସ୍ଥ ହୋଇ ଫେରିଲେଣି ଆଉ ବଳକା ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି l ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ କେତେକ ଗୃହ ସଙ୍ଗରୋଧରେ ଅବଧି କାଟୁଛନ୍ତି l ସଂକ୍ରମିତଙ୍କ ମଧ୍ୟରେ ଅଧିକାଂଶ ବ୍ୟକ୍ତି ଚିକିଟି ବିଜ୍ଞପିତ ଅଂଚଳ ପରିଷଦର ବୋଲି ଜଣା ପଡିଛି l ବର୍ତମାନ ସୁଦ୍ଧା ପ୍ରାୟ ପାଞ୍ଚଟି ସ୍ଥାନ ଯଥା ଲଲମେଣ୍ଟl,କୃଷ୍ଣପୁର, ଝାଟିପଦର, କୋଟଲିଂଗି ଓ ବିଜ୍ଞlପିତ ଅଂଚଳ ପରିଷଦ କଣ୍ଟନମେଣ୍ଟ ପରିଧି ଭୁକ୍ତ ରହିଛି l ବ୍ଲକର ସମସ୍ତେ ପଂଚାୟତ ଗୁଡିକରେ କୋଭିଡ କେର ହୋମ ପାଇଁ ପ୍ରଶାସନ ସ୍ତରରେ ସ୍ଥାନ ନିରୂପଣ ହୋଇସାରିଛି, କିଛି କିଛି ସି ସି ଏଚ କେନ୍ଦ୍ର ଗୁଡିକରେ ଥିବା ଅସୁବିଧା ଗୁଡିକୁ ଦୂର କରି ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନିଆଯାଉଛି l ନିୟମିତ ଭାବେ କଣ୍ଟାନମେଣ୍ଟ ଜୋନ, ଆଣ୍ଟିଜେନ ଟେଷ୍ଟ ଓ ସ୍ୱାଵ ଟେଷ୍ଟ କରାଯାଉଛି ବୋଲି ଚିକିଟି ସଚ୍ଚିଦାନନ୍ଦ ହସ୍ପିଟାଲର ମେଡିକାଲ ଇନଚାର୍ଜ ଡ଼. ମନୋଜ କୁମାର ପାଢ଼ୀ ସୂଚନା ଦେଇଛନ୍ତି l


















