Friday, November 6, 2026
ADVERTISEMENT
Home ଗଞ୍ଜାମ ୨୧ ତମ କାର୍ଗିଲ ବିଜୟ ଦିବସ ପାଳିତ

୨୧ ତମ କାର୍ଗିଲ ବିଜୟ ଦିବସ ପାଳିତ

258
ADVERTISEMENT

ବ୍ରହ୍ମପୁର ୨୬/୭(ଇ.ରଞ୍ଜନ): ଚଳିତବର୍ଷ ୨୧ ତମ କାର୍ଗିଲ ବିଜୟ ଦିବସରେ ଜଗଦଳପୁରରେ ଥିବା ସହିଦ ଏସ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତି ସମୁଖରେ ଯୁବପିଢ଼ିଙ୍କ ଉଦ୍ୟମରେ ଚଳିତବର୍ଷ କାର୍ଗିଲ ବିଜୟ ଦିବସରେ କରୋନା ସଂକ୍ରମଣ ଭୟାବହ ଦୃଷ୍ଟିକୁ ନେଇ ସାମାଜିକ ଦୂରତା ସହ ମୁଖରେ ମାସ୍କ ବ୍ୟବହାର କରି ପ୍ରତିମୂର୍ତ୍ତି ସମୁଖରେ ବିଭିନ୍ନ ସଂଘଟନ ଦ୍ୱାରା ପ୍ରତିମୂର୍ତ୍ତିରେ ଦୀପପ୍ରଜ୍ବଳନ କରି ପୁଷ୍ପମାଲ୍ୟରେ ସମ୍ବର୍ଦ୍ଧିତ କରିବା ସହ କାର୍ଗିଲଯୁଦ୍ଧରେ ପ୍ରାଣହରେଇଥିବା ଯୋଦ୍ଧାଙ୍କ ଠାରେ ସ୍ମୁତିଉଚ୍ଚାରଣ କରି ବିଭିନ୍ନ ସଂଗଠନ ଦ୍ୱାରା ବିଭିନ୍ନ ନାରା ଦିଆଯାଇଥିଲା l ଚଳିତବର୍ଷ କାର୍ଗିଲଦିବସ ପାଳନ ହୋଇଥିବାରୁ ବିଜେପି ରାଜ୍ୟ ଉପସଭାପତି ତଥା ବିଜେପିଦଳ ବ୍ରହ୍ମପୁର ସାଂସଦ ପ୍ରାଥୀ ଭ୍ରୃଗୃବକ୍ସି ପାତ୍ର ଟ୍ବିଟ କରି ପ୍ରସଂସା କରିଥିଲେ।ଏବଂ ବିଜେପି ଦଳର ନେତା ରାମପାତ୍ର,ଚିନ୍ମୟନନ୍ଦ ଦାସ ପ୍ରମୁଖ ଯୋଗଦେଇ ନାରାଦେଇଥିଲେ । ଏବଂକୁକୁଡାଖଣ୍ଡି ବିଡ଼ିଓ ଗଦାଧର ପାତ୍ର ଉପସ୍ଥିତ ରହି ଭାରତର ସୈନିକ ପ୍ରତି ବିଶ୍ୱାସ ଓ ସମର୍ଥନ ଜଣାଇଥିଲେ । ସୈନିକ ମାନଙ୍କ ବଳିଦାନକୁ ଉଚ୍ଚ ପ୍ରଶଂସା କରାଯାଇଥିଲା, ସହିଦ ମାନଙ୍କ ଭିତରେ ଆମ ଗଞ୍ଜାମ ଜିଲ୍ଲା ଜଗଦଳପୁର ଗ୍ରାମର ସହିଦ ଶ୍ରୀ ନିବାସ ପାତ୍ରଙ୍କ ବଳିଦାନକୁ ଗଞ୍ଜାମର ଓ ଗର୍ଵ ଓ ଗୌରବ ବୋଲି ମତପ୍ରକାଶ ପାଇଥିଲା , ଏଥିରେ ଗ୍ରାମର ଯୁବକସଂଘର କର୍ମକର୍ତ୍ତା କେ.ସୁଦାମ ପାତ୍ର, ଡାକ୍ତର ମନୋଜ ପାତ୍ର, କୁରା ସେଠି, ପବିତ୍ର ବାଡ଼ତ୍ୟା,ଏସ.ମନୋଜ ପାତ୍ର, ରାଜ ଶେଖର ପାତ୍ର,ବିନୋଦ ପାତ୍ର, ପି. ସାରଥୀ, ମନୋରଞ୍ଜନ ପାତ୍ର,ବାବୁଲା ପାତ୍ର,ନାଗେଶପାତ୍ର, ଧନୁର୍ଦ୍ଧର ବାଡ଼ତ୍ୟାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Advertisement