Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଉପ ଜିଲ୍ଲାପାଳଙ୍କ କୋଭିଡ କେୟାର ହୋମ ପରିଦର୍ଶନ

ଉପ ଜିଲ୍ଲାପାଳଙ୍କ କୋଭିଡ କେୟାର ହୋମ ପରିଦର୍ଶନ

221
ADVERTISEMENT

କୋଦଳା ,୨୫/୭(ସୂର୍ଯ୍ୟନାରାୟଣ ବଡୁ) :ଶୁକ୍ରବାର ଗଞ୍ଜାମ ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପ୍ରୁସ୍ଟି କୋଦଳା ଏନଏସି କଲ୍ୟାଣ ମଣ୍ଡପ ପରିସର ରେ ଥିବା କୋଭିଡ କେୟାର ହୋମ ପରିଦର୍ଶନ କରିଥିବା ଜଣାପଡ଼ିଛି ।ସକାଳ 11ଘଣ୍ଟ ସମୟ ରେ କୋଭିଡ କେୟାର ହୋମ ରେ ପହଞ୍ଚି ଇନ୍ସିଡେଣ୍ଟ କମାଣ୍ଡର ତଥା ଏନଏସି କୋଭିଡ ନୋଡାଲ ଅଫିସର ତହସିଲଦାର ପ୍ରଭାତ କୁମାର ପରିଡା ,ଏନଏସି ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି ,ମେଡିକାଲ ଇନଚାର୍ଜ ସୁଜିତ କୁମାର ବେହେରା , କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା ଙ୍କ ସହିତ ବିସ୍ତ୍ରୁତ ଭାବେ ଆଲୋଚନା କରିଥିଲେ ।ବର୍ତ୍ତମାନ ସୁଦ୍ଧା କେତେଜଣ ଙ୍କ ଟେସ୍ଟିଣ୍ଗ କରାଯାଇଛି , ପଜେଟିଭ କେତେ କେତେ ,ସେମାନଙ୍କ ଅବସ୍ଥା କେମିତି , ସେମାନଙ୍କ ପରିବାର ର ସ୍ବାବ କଲେକ୍ସନ କରାଯାଇଛି କି ନାହିଁ ପଚାରି ବୁଝିଥିଲେ ଏବଂ କୋଭିଡ କେୟାର ହୋମ ର ଆନୁସଙ୍ଗିକ ବ୍ୟବସ୍ଥା ଦେଖି ଖୁସିବ୍ୟକ୍ତ କରି ରେଡ଼ଜୋନ ରେ ଥିବା ଅଞ୍ଚଳକୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇ ପ୍ରତ୍ୟାବର୍ତନ କରିଥିଲେ । ଅପରାହ୍ନ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ କୋଭିଡ ସ୍ଵତନ୍ତ୍ର ଅଧିକାରୀ କବିରାଜ ଆର୍ଯ୍ୟ ଙ୍କ ଅଧ୍ଯକ୍ଷ୍ଯତା ରେ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ କୋଦଳା ଏନଏସି ର 15ଜଣ ଅଙ୍ଗନବାଡି କର୍ମୀଙ୍କୁ କୋଭିଡ ମନିଟର ମାନଙ୍କୁ ସହଯୋଗ କରି କରୋନା ଲକ୍ଷ୍ଯଣ ଥିବା ରୋଗୀ , ବ୍ଲଡପ୍ରେସର , ଡାଇବେଟିସ ରୋଗୀମାନଙ୍କୁ କୋଭିଡ କେୟାର ହୋମ ରେ ପହଞ୍ଚାଇବା ପାଇଁ କୁହାଯାଇଥିଲା । ରୋଗୀମାନେ ସେମାନଙ୍କ ଲକ୍ଷ୍ଯଣ ନ ଲୁଚାଇ ସ୍ଵତଃସ୍ଫୁର୍ତ୍ତ ଭାବେ କୋଭିଡ କେୟାର ହୋମ ରେ ପହଞ୍ଚି ଆଣ୍ଟିଜେନ ଓ ସ୍ବାବଟେଷ୍ଟ କରି ଯିବା ପାଇଁ ସେମାନଙ୍କୁ ବୁଝାଇବାକୁ କର୍ମୀଙ୍କୁ କହିଥିଲେ । ଯେଉଁ ମାନଙ୍କ ପଜେଟିଭ ଜାହାରିବ ସେମାନଙ୍କ ଯଦି ଘର ସୁବିଧା ଥିବ ଘରେ ରହିପାରିବେ ନଚେତ କୌଣଷି ବାହାର କୋଭିଡ ମେଡିକାଲ ନଯାଇ ସ୍ଥାନୀୟ କୋଭିଡ କେୟାର ହୋମ ରେ ରହିବାର ସମସ୍ତ ବ୍ୟବସ୍ଥା ହୋଇଛି ବୋଲି ସେମାନଙ୍କୁ ବୁଝାଇବାକୁ କୁହାଯାଇଥିଲା ଏବଂ କରୋନା କୁ ହରାଇବାକୁ ହେଲେ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ , ମାସ୍କ ପିନ୍ଧନ୍ତୁ , ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ , ବାରମ୍ବାର ସାବୁନ ରେ ହାତ ଧୁଅନ୍ତୁ ବୋଲି କହି ଜନସାଧାରଣଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯକ୍ରମରେ 15ଜଣ ଅଙ୍ଗନବାଡି କର୍ମୀ ସମେତ ଅଙ୍ଗନବାଡି ସୁପରଭାଈଜର ମିନତି ବେହେରା ଉପସ୍ଥିତ ଥିଲେ ।

Advertisement