କୋଦଳା,୨୨/୦୭(ସୂର୍ଯ୍ୟନାରାୟଣ ବଡୁ) : ଗଞ୍ଜାମ ଜିଲ୍ଲାରେ ବହୁମାତ୍ରାରେ ବଢିବାରେ ଲାଗିଛି ମହାମାରୀ କରୋନା ସଂକ୍ରମଣ । ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସି ମଧ୍ୟ ବୃଦ୍ଧି ପାଇଛି ସଂକ୍ରମିତଙ୍କ ସଂଖ୍ୟା । ଅଞ୍ଚଳର ଲୋକେ ବାହାର କୋଭିଡ ମେଡିକାଲ ଉପରେ ନିର୍ଭର ନ କରି ନିଜ ସହରରେ ହିଁ ଯେମିତି ରହି ଚିକିତ୍ସିତ ହୋଇପାରିବେ ସେଥି ନିମିତ୍ତ କୋଦଳା କଲ୍ୟାଣ ମଣ୍ଡପ ପରିସରରେ ଖୋଲିଛି “କୋଭିଡ କେୟାର ହୋମ “।କୋଦଳା ଏନଏସି କୋଭିଡ ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି ଓ କବିରାଜ ଆର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା ସମେତ ଏନଏସି ର 13ଜଣ ward ଲେବେଲ ଅଧିକାରୀ ,13 କୋଭିଡ ମନିଟର ଏବଂ 13ଶିକ୍ଷ୍ୟକ /ଶିକ୍ଷୟତ୍ରୀଙ୍କୁ ନେଇ 13ଗୋଟି କମିଟି ଗଠନ କରାଯାଇ ଅଙ୍ଗନବାଡି କର୍ମୀଙ୍କ ସହାୟତା ରେ ପ୍ରତ୍ୟକ ward ରୁ ବ୍ଲଡ ପ୍ରେସର , ଡାଇବେଟିସ , କାଶ , ଜ୍ଵର ରେ ପିଡିତ ଥିବା ରୋଗୀଙ୍କୁ ଡାକି ସ୍ଵତନ୍ତ୍ର ଡାକ୍ତରୀ ଟିମ ଏବଂ ସ୍ବାବ କେବିନ ମାଧ୍ୟମ ରେ ସେମାନଙ୍କ ଆଣ୍ଟିଜେନ ଟେଷ୍ଟ କରିବା ସହିତ ସ୍ବାବ କଲେକ୍ସନ କରାଯାଉଥିବା ଜଣାପଡ଼ିଛି ।ମଙ୍ଗଳବାର କୋଦଳା ଅଞ୍ଚଳ ର 16ଜଣ ସମେତ ପଞ୍ଚାୟତର ଦୁଇଜଣଙ୍କ ଆଣ୍ଟିଜେନ ଟେଷ୍ଟ ଓ ସ୍ବାବ ସଂଗ୍ରହ କରାଯାଇଥିଲା।ଏହି କାର୍ଯକ୍ରମ ସୋମବାର ଠାରୁ ଆରମ୍ଭ ହୋଇଥିବା ଏବଂ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶ ପର୍ଯନ୍ତ ଚାଲୁ ରହିବ ବୋଲି କୋଦଳା ତହସିଲଦାର ତଥା ଇନ୍ସିଡେଣ୍ତ କମାଣ୍ଡର ତଥା ଏନଏସି କୋଭିଡ ନୋଡାଲ ଅଫିସର ପ୍ରଭାତ କୁମାର ପରିଡା ପ୍ରକାଶ କରିଛନ୍ତି ।ଏହି “କୋଭିଡ କେୟାର ହୋମ “ରେ 20ଶଯ୍ୟା ସହିତ ରୋଗୀ ମାନଙ୍କ ପାଇଁ ଖାଇବା ମେନୁ ,ଏମାର୍ଜେନ୍ସି ଆକୁଆ ଗାର୍ଡ , ଇଣ୍ଡେକ୍ସନ ଚୁଲା , ଟିଭି ,ସମେତ ସମସ୍ତ ଆନୁସାନ୍ଗିକ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି ।



















