Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଜଗଦଳପୁର ପଂଚାୟତ ଶିକ୍ଷା କମିଟି ଓ ସ୍ବେଛାସେବୀଙ୍କ ମିଳିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗଦଳପୁର ପଂଚାୟତ ଶିକ୍ଷା କମିଟି ଓ ସ୍ବେଛାସେବୀଙ୍କ ମିଳିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

341
ADVERTISEMENT

କୁକୁଡାଖଣ୍ଡି ,୨୨/୦୭(ଇ.ରଞ୍ଜନ) : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ପଂଚାୟତସ୍ତରୀୟ ଶିକ୍ଷାକମିଟି ଓ ଗ୍ରାମର କିଛି ସ୍ବେଛାସେବୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମର ମହତ୍ୱ ପରିବେଶରେ ଗଛ ଲଗାଇ ଅରଣ୍ୟ ସୃଷ୍ଟି କରି ମଣିଷସମାଜ ପାଇଁ ଅମ୍ଳଜାନ ସୃଷ୍ଟି କରିବା ଏବଂ ଗଛ ଦ୍ୱାରା ପବନ ବର୍ଷା ସୃଷ୍ଟି କରିବା ଏହାର ମୂଳଉଦ୍ଧେଶ୍ୟ ବୋଲି କମିଟି ଓ ସ୍ବେଛାସେବୀମାନେ ଦାବିକରିଛନ୍ତି ଏବଂ ପ୍ରଶାସନ ତରଫରୁ ମଧ୍ୟ ଗଛକୁ ନେଇ ଜନସାଧାରଣଙ୍କୁ ‘ଗଛଟିଏ ପିଲାଟିଏ’ ପିଲାଙ୍କ ସହ ତୁଳନା କରି ସଚେତନ କରିଛନ୍ତି ଗଞ୍ଜାମ ଜିଲ୍ଲାଜିଲ୍ଲାପାଳ ଗଛ ଦ୍ୱାରା ସମାଜର ଉପକାରିତା ଉପରେ ସଚେତନତା ଦେଇଥିବାରୁ ଜିଲ୍ଲାପାଳଙ୍କୁ ପଂଚାୟତ କମିଟି ଓ ସ୍ବେଛାସେବୀ ମାନେ କୃତଜ୍ଞତା ଜଣାଇଛନ୍ତି l

Advertisement