Friday, November 6, 2026
ADVERTISEMENT
Home ଆଞ୍ଚଳିକ ହିଞ୍ଜିଳିକାଟୁରେ ଚର୍ଚ୍ଚିତ ଘଟଣା ମୃତ ଭାବି ଯୁବକଙ୍କୁ କୋକେଇରେ ବାନ୍ଧି ଶଶ୍ମାନକୁ ନେଲେ

ହିଞ୍ଜିଳିକାଟୁରେ ଚର୍ଚ୍ଚିତ ଘଟଣା ମୃତ ଭାବି ଯୁବକଙ୍କୁ କୋକେଇରେ ବାନ୍ଧି ଶଶ୍ମାନକୁ ନେଲେ

ଜୁଇରୁ ଉଠି ବସିଲେ, ଚିକିତ୍ସାଧିନ ସମୟରେ ପ୍ରାଣତ୍ୟଗ କଲେ

235
ADVERTISEMENT

ହିଞ୍ଜିଳିକାଟୁ, ୨୧ା୭ (ଶେଷଦେବ ସାହୁ): ଜୀବନର ଶେଷ ଠିକଣା କେଉଁଠୀ ତାହା ନିର୍ଣ୍ଣୟ କରିବା ମୁସ୍କିଲ । କେବଳ ଭଗବାନ ହିଁ ଜନ୍ମ ଓ ମୃତ୍ୟକୁ ନୟନ୍ତ୍ରିତ କରନ୍ତି ବୋଲି ପୁରାଣ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ସୋମବାର ରାତିରେ ହିଞ୍ଜିଳିକାଟୁ ଅଂଚଳର ଜଣେ ଯୁବକ ମୃତ ଭାବି ପରିବାର ଲୋକେ କୋକେଇରେ ବାନ୍ଧି ଶଶ୍ମାନକୁ ନେଇଥିଲେ । ଜୁଇରୁ ଉଠି ବସିବା ପରେ ଉପସ୍ଥିତ ପରିବାର ସଦସ୍ୟ ଓ ବନ୍ଧୁ ପରିଜନ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ । ଶଶ୍ମାନ ପରିସରରୁ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ତେବେ ଚିକିତ୍ସାଧିନ ସମୟରେ ରାତି ପ୍ରାୟ ଗୋଟାଏ ବେଳେ ମୃତ୍ୟୁ ଘଟିଥିଲା । ଏଭଳି ଏକ ଘଟଣା ହିଞ୍ଜିଳି ଥାନା ଆଲପୁର ଗ୍ରାମରେ ଆଲୋଡ଼ନ ସୃଷ୍ଟି କରିଛି ।
ପ୍ରକାଶ ଯେ, ହିଞ୍ଜିଳି ଥାନା ଆଲପୁର ବଡ଼ ସାହି ବାସିନ୍ଦା ଶଙ୍କର ଦଳାଇ (୪୪) ଗତ କିଛି ଦିନ ପୂର୍ବରୁ ସୁରତରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ସଙ୍ଗରୋଧ କେନ୍ଦ୍ରରୁ ଫେରିବା ପରେ ଗତ ୫ ଦିନ ଧରି କୌଣସି ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହୋଇ ପଡ଼ିଥିଲେ । ତେବେ ସୋମବାର ସନ୍ଧ୍ୟା ପ୍ରାୟ ୭ଟାରେ ଯୁବକ ଜଣକ ନିଶ୍ଚଳ ହୋଇ ପଡ଼ିଥିଲେ । ଯୁବକଙ୍କୁ ମୃତ ଭାବି ପରିବାର ଓ ବନ୍ଧୁବାନ୍ଧବ ଯୁବକଙ୍କୁ କୋକେଇରେ ବାନ୍ଧି ଶଶ୍ମାନକୁ ନେଇଥିଲେ । ଯୁବକଙ୍କୁ ଜୁଇରେ ଲଦିବା ପରେ ହଠାତ ଯୁବକ ଜଣକ ଉଠି ବସିଥିଲେ । ଉପସ୍ଥିତ ବ୍ୟକ୍ତି ଆଶ୍ଚର୍ଯ୍ୟ ହେବା ସହ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଳାନ୍ସ ଯୋଗେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ତେବେ ଚିକିତ୍ସାଧିନ ସମୟରେ ରାତି ପ୍ରାୟ ଗୋଟାଏ ବେଳେ ମୃତ୍ୟୁ ଘଟିଥିଲା । ପରେ ପରିବାର ସଦସ୍ୟ ଯୁବକଙ୍କ ମୃତ ଦେହକୁ ନେଇ ଗ୍ରାମ ଶଶ୍ମାନରେ ଦାହ କରି ଦେଇଥିବା ଜଣାପଡ଼ିଛି । ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।

Advertisement