Friday, November 6, 2026
ADVERTISEMENT
Home ଆଞ୍ଚଳିକ ମୂର୍ତକ ଶିକ୍ଷୟତ୍ରୀଙ୍କ ପରିବାରଙ୍କୁ ଜିଲ୍ଲାଶିକ୍ଷାଅଧିକାରୀଙ୍କ ସମବେଦନା

ମୂର୍ତକ ଶିକ୍ଷୟତ୍ରୀଙ୍କ ପରିବାରଙ୍କୁ ଜିଲ୍ଲାଶିକ୍ଷାଅଧିକାରୀଙ୍କ ସମବେଦନା

265
ADVERTISEMENT

କୁକୁଡାଖଣ୍ଡି ,୨୧/୦୭(ଇ.ରଞ୍ଜନ) : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ପଂଚାୟତର ଇନ୍ଦିରା ଆବାସ ପ୍ରଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସବିତା ପଟ୍ଟନାୟକଙ୍କ ଗତ ୧୮ ତାରିଖ ଦିନ ହଟାତ ବ୍ରହ୍ମପୁର ସିଟିହସ୍ପିଟାଲ ରେ ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ଦେହାନ୍ତ ହୋଇଥିଲା।ପୂର୍ବରୁ ତାଙ୍କ ଶ୍ୱାସନେବାରେ କଷ୍ଟଅନୁଭବ କରୁଥିଲେ କରୋନା କାଳରେ ହଟାତ ଅସୁସ୍ଥ ହୋଇଥିବାରୁ ପରିବାର ଲୋକେ ଚିନ୍ତିତପ୍ରକଟ କରି ହସ୍ପିଟାଲରେ ଭର୍ତ୍ତୀକରିଥିଲେ । ସେଠାରେ ତାଙ୍କ ସ୍ୱାବ ଟେଷ୍ଟ କରିଥିଲେ ତାହାର ରିପୋର୍ଟ ଆସିବା ପୂର୍ବରୁ ତାଙ୍କର ଦେହାନ୍ତ ହୋଇଥିଲା ଦେହାନ୍ତ ସମୟରେ ତାଙ୍କୁ 48 ବର୍ଷ ହୋଇଥିଲା । ଏହି ଖବର ଶୁଣିଲା ପରେ ଶିକ୍ଷକ ଶିକ୍ଷୟତ୍ରୀ ମହଲରେ ଦୁଃଖପ୍ରକାଶ ପାଇଥିଲା । ଆଜି ଗଞ୍ଜାମ ଜିଲ୍ଲା ଶିକ୍ଷାଅଧିକାରୀ ଅମୁଲ୍ୟ ପ୍ରଧାନ ତାଙ୍କ ଡେଙ୍ଗାପଦର ବାସଭବନରେ ପହଂଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ତାଙ୍କ ନାବାଳିକା ଦୁଇଝିଅଙ୍କୁ ଅଧର୍ଯ୍ୟ ନହେବା ପାଇଁ ବାର୍ତ୍ତା ଦେଇ ମୂର୍ତ ଶିକ୍ଷୟତ୍ରୀଙ୍କ ପ୍ରାପ୍ୟ ଯଥାଶୀଘ୍ର ମଂଜୁର କରିବା ପାଇଁ ପ୍ରତିଶୃତି ଦେଇ ଥିଲେ ।ଏବଂ କୁକୁଡାଖଣ୍ଡି ବ୍ଲକର ଦକ୍ଷ ପରଉପକାରୀ ଛାତ୍ରଛାତ୍ରୀଙ୍କ ପ୍ରିୟ ଶିକ୍ଷୟତ୍ରୀଙ୍କୁ ହୋରାଇଲା ବୋଲି ଶିକ୍ଷାଅଧିକାରୀଙ୍କୁ ଦୁଃଖ ଦେଇଥିବା ଶ୍ରୀପ୍ରଧାନ ପ୍ରକାଶ କରିଛନ୍ତି । ଏଥିରେ କ୍ରୀଡାଅଧିକାରୀ ଭାଗିରଥି ସ୍ୱାଇଁ କୁକୁଡାଖଣ୍ଡି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରସନ୍ନ କୁମାର ପାଢ଼ୀ, ସାରଥୀ ପାତ୍ର, ଏ ପୁଷ୍ପଲତା ଶିକ୍ଷକ ପିଣ୍ଟୁପାଣିଗ୍ରାହୀ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ l

Advertisement