ହିଞ୍ଜିଳିକାଟୁ, ୨୧ା୭ (ଶେଷଦେବ ସାହୁ): ଖୁଡ଼ିଙ୍କୁ ପୋଖରୀ ତୁଠରେ ଏକୁଟିଆ ପାଇ ଅସଦାଚରଣ କରିବା ଓ ଘଟଣା ନେଇ କାହାକୁ କହିଲେ ହତ୍ୟା ଧମକ ଦେବା ଅଭିଯୋଗରେ ହିଞ୍ଜିଳି ପୁଲିସ ସୋମବାର ସଂପୃକ୍ତ ପୁତୁରାଙ୍କୁ ଗିରଫ କରିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ହିଞ୍ଜିଳି ଥାନା ବାଦିଆମ୍ବଗାଁରେ ଆଲୋଡ଼ନ ସୃଷ୍ଟି କରିଛି । ଏ ନେଇ ହିଞ୍ଜିଳି ଥାନାରେ ନଂ-୨୫୬/୨୦ରେ ଏକ ମାମଲା ରୁଜୁ କରି ସଂପୃକ୍ତ ଯୁବକଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।
ପ୍ରକାଶ ଯେ, ହିଞ୍ଜିଳି ଥାନା ବାଦିଆମ୍ବଗାଁର ଜଣେ ମହିଳା ରବିବାର ସନ୍ଧ୍ୟାରେ ଗ୍ରାମ ପୋଖରୀକୁ ସ୍ନାନ କରିବାକୁ ଯାଇଥିବା ସମୟରେ କେରଳ ଫେରନ୍ତା ତଥା ମହିଳାଙ୍କ ପୁତୁରା ମନ୍ଦ ଉଦେ୍ଧଶ୍ୟ ରଖି ମହିଳାଙ୍କ ପିଛା କରିଥିଲେ । ମହିଳା ଜଣକ ପୋଖରୀରେ ସ୍ନାନ କରୁଥିବା ବେଳେ ଏକୁଟିଆ ପାଇ ଯୁବକ ଜଣକ ଅସଦାଚରଣ କରିଥିଲେ ।ଘଟଣା ନେଇ କାହାରି ଆଗରେ ପ୍ରକାଶ କଲେ ହତ୍ୟା କରିବାର ଧମକ ଦେଇଥିଲେ । ମହିଳା ଜଣକ ଚିକ୍ରାର କରିବାରୁ ପୁତୁରା ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲେ । ଘରକୁ ଫେରି ମହିଳା ଘଟଣା ନେଇ ସ୍ୱାମୀଙ୍କୁ କହିବା ସହ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ହିଞ୍ଜିଳି ପୁଲିସ ସଂପୃକ୍ତ ମହିଳାଙ୍କ ପୁତୁରାକୁ ଗିରଫ କରିଛି ।


















