Friday, November 6, 2026
ADVERTISEMENT
Home ଆଞ୍ଚଳିକ ମର୍ଦ୍ଦକୋଟ ପଂଚାୟତର କଣ୍ଟାପଡ଼ା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଖାରିପଲି ଗ୍ରାମକୁ ବଫରଜୋନ ଘୋଷଣା

ମର୍ଦ୍ଦକୋଟ ପଂଚାୟତର କଣ୍ଟାପଡ଼ା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଖାରିପଲି ଗ୍ରାମକୁ ବଫରଜୋନ ଘୋଷଣା

212
ADVERTISEMENT

କୋଦଳା,୨୦/୭(ସୂର୍ଯ୍ୟନାରାୟଣ ବଡୁ ):ବର୍ତ୍ତମାନ କରୋନା କରାୟତ ରେ ସମ୍ପୂର୍ଣ ଗଞ୍ଜାମ ଜିଲ୍ଳା। ସେଥିରୁ ବାଦ ପଡିନି ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସି ।କରୋନାର ଭୟାବହତା ତଥା ଅତ୍ୟଧିକ ପଜେଟିଭକୁ ବେଗୁନିଆପଡା ବ୍ଲକ ମର୍ଦ୍ଦକୋଟ ପଞ୍ଚାୟତକୁ ସରପଞ୍ଚ ସାଗରିକା ନାୟକ ଶନିବାର ଠାରୁ ସାତଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ।ତଥାପି ଉକ୍ତ ପଞ୍ଚାୟତ ରୁ ମାତ୍ରାଧିକ ପଜେଟିଭ ରୋଗୀ ବ୍ରୂଦ୍ଧି ପାଇବାରୁ ଏହାକୁ ଆଖିଆଗରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ କୁମାର କୁଲାଙ୍ଗେ ମର୍ଦ୍ଦକୋଟ ପଂଚାୟତର କଣ୍ଟାପଡ଼ା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିବା ବେଳେ ଏହି ପଞ୍ଚାୟତର ଓଡନଈ ,ଚିଙ୍ଗୁଡିଖୋଲ ପଞ୍ଚାୟତର ଊସ୍ତାଳି ଓ ଘୋଡ଼ାପଡା ପଞ୍ଚାୟତର ଖାରିପଲି ଗ୍ରାମକୁ ବଫରଜୋନ ଭାବେ ଘୋଷଣା କରିଥିବା ନିର୍ଦ୍ଦେଶନାମାରୁ ଜାଣିବାକୁ ମିଳିଛି ।

Advertisement