Friday, November 6, 2026
ADVERTISEMENT
Home ଆଞ୍ଚଳିକ ଅବସର ପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ଅବସର ପ୍ରାପ୍ତ ଶିକ୍ଷକଙ୍କ ପରଲୋକ

185
ADVERTISEMENT

କୋଦଳା,୨୦/୭(ସୂର୍ଯ୍ୟନାରାୟଣ ବଡୁ ): ବେଗୁନିଆପଡା ବ୍ଲକ୍ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ଭାଲିଆଝର ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକ ମୃତ୍ୟୁଞ୍ଜୟ ଜେନା (73) ଙ୍କର ଆଜି ପୂର୍ବାହ୍ନରେ ନିଜ ବାସ ଭବନରେ ଦେହାନ୍ତ ହୋଇଯାଇଛି l ଆଜି ସକାଳୁ ଉଠି ନିଜର ନିତ୍ୟକର୍ମ ସlରିବା ପରେ ଘରେ ହଠାତ୍ ଟଳି ପଡିଥିଲେ ଓ ପରେ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା l ସ୍ଵର୍ଗତ ଜେନା 20 ବର୍ଷ ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ବିକ୍ରମପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିବା ପରେ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ରବି ଘୋଷ ବିଦ୍ୟାପୀଠରେ ଅବସର ପର୍ଯ୍ୟନ୍ତ ଶିକ୍ଷକତା କରିଥିଲେ l ଜଣେ ମିଷ୍ଟଭାଷୀ ଓ ଛାତ୍ର ବତ୍ସଳ ଭାବେ ସେ ତାଙ୍କ ଶିକ୍ଷକ ଜୀବନ ଅତିବାହିତ କରିଥିଲେ l ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ, ପୁଅ, ବୋହୂ, ଝିଅ, jwain, ନାତି, ନାତୁଣୀ ସମେତ ସମସ୍ତ ଆତ୍ମୀୟ ସ୍ୱଜନ ତଥା ବହୁ ଛାତ୍ର, ଛାତ୍ରୀ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ l ସାମାଜିକ ଦୂରତ୍ୱ ରଖି ନିଜ ଗ୍ରାମରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା l ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

Advertisement