Friday, September 18, 2026
ADVERTISEMENT
Home ଆଞ୍ଚଳିକ ଚଳିତବର୍ଷ ସିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷାରେ ୯୯.୨୩ ଶତାଂଶ ଉତ୍ତୀର୍ଣ୍ଣ ହାର ହାସଲ କରି କେନ୍ଦ୍ରୀୟ...

ଚଳିତବର୍ଷ ସିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷାରେ ୯୯.୨୩ ଶତାଂଶ ଉତ୍ତୀର୍ଣ୍ଣ ହାର ହାସଲ କରି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ସର୍ବାଗ୍ରେ

245
IC: PTI
ADVERTISEMENT

ନୂଆଦିଲ୍ଲୀ,୧୬-୦୭-୨୦୨୦: ଚଳିତବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍‌)ର ସଫଳତା ହାର ୯୯.୨୩ ଶତାଂଶ ରହିଛି । ସିବିଏସ୍‌ଇର ମୋଟ ଉତ୍ତୀର୍ଣ୍ଣ ହାର ଚଳିତବର୍ଷ ୯୧.୪୬ ଶତାଂଶ ରହିଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟଗୁଡିକ ଏହି କ୍ଷେତ୍ରରେ ଶ୍ରେଷ୍ଠ ଫଳାଫଳ ହାସଲ କରିଛନ୍ତି । କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କେଭିଏସ୍‌କୁ ଏହି ସଫଳତା ମିଳିଛି ।

କେଭିଏସ୍‌ ପରୀକ୍ଷା ଫଳର ମୁଖ୍ୟାଂଶ

ପରୀକ୍ଷା ଦେଇଥିବା କେଭିଏସ୍‌ର ମୋଟ ଛାତ୍ରଛାତ୍ରୀ- ୯୪୪୯୮
ମୋଟ ଉତ୍ତୀର୍ଣ୍ଣଙ୍କ ସଂଖ୍ୟା- ୯୩୭୭୪
କୃତକାର୍ୟ୍ୟ ହାର- ୯୯.୨୩ ଶତାଂଶ
କୃତକାର୍ୟ୍ୟ ଛାତ୍ର- ୫୦୫୯୧
କୃତକାର୍ୟ୍ୟ ଛାତ୍ରୀ- ୪୩୧୮୩
ମୋଟ କେଭି ସଂଖ୍ୟା- ୧୧୬୮
ଶତପ୍ରତିଶତ କୃତକାର୍ୟ୍ୟ ହୋଇଥିବା କେଭି ସଂଖ୍ୟା- ୮୪୬
ନବେ ଶତାଂଶରୁ ଅଧିକ ନମ୍ବର ରଖିଥିବା ପରୀକ୍ଷାର୍ଥୀ- ୯୧୦୪
ପଞ୍ଚାନବେ ଶତାଂଶରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ- ୧୭୧୭
ଅନୁଷ୍ଠାନ ୱାରୀ ପ୍ରଦର୍ଶନ

୧. କେଭିଏସ୍‌- ୯୯.୨୩%

୨. ଜେଏନ୍‌ଭି- ୯୮.୬୬%

୩. ସିଟିଏସ୍‌ଏ- ୯୩.୬୭%

୪. ସ୍ୱାଧୀନ- ୯୨.୮୧%

୫. ସରକାରୀ- ୮୦.୯୧%

୬. ସରକାରୀ ଅନୁଦାନପ୍ରାପ୍ତ- ୭୭.୮୨ ଶତାଂଶ

କେନ୍ଦ୍ରୀୟ ବିଦ୍ୟାଳୟର ସର୍ବଭାରତୀୟ ଟପ୍ପର

ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଅଭୟ ନାୟକ ମୋଟ ୫୦୦ ନମ୍ବରରୁ ୪୯୭ (୯୯.୪%) ନମ୍ବର ରଖି କେଭିର କେନ୍ଦ୍ରୀୟ ସ୍ତରରେ ଟପ୍ପର ହୋଇଛନ୍ତି ।

Advertisement