ବ୍ରହ୍ମପୁର,୧୫/୭(ଗୁରୁ ପ୍ରସାଦ ପଟ୍ଟନାୟକ) : ଗତ କାଲି ୧୪/୦୭/୨୦ରିଖରେ ସାରା ଭାରତବର୍ଷରେ କରୋନାର ସଂକ୍ରମଣ ହାର ବୃଦ୍ଧି ହୋଇଥିବା ସମୟରେ, ଜନସାଧାରଣଙ୍କ ଠାରୁ ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ କରୋନାକୁ ହରାଇବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ପୋଲିସ ପ୍ରଶାସନର ଭୂମିକା ଅନ୍ୟତମ । ନିଜର ଜୀବନକୁ ଉତ୍ସର୍ଗ କରିବା ସହିତ ବିଭିନ୍ନ ଅଞ୍ଚଳରେ ସାମାଜିକ ସଚେତନତା ସୃଷ୍ଟି କରିବା ପାଇଁ, ବ୍ରହ୍ମପୁର ପୋଲିସର ପ୍ରଶଂସନୀୟ କାର୍ଯ୍ୟ ହେତୁ; ବ୍ରହ୍ମପୁର ଏସ ପି ପିନାକୀ ମିଶ୍ର ଙ୍କୁ “କରୋନା ଯୋଦ୍ଧା” ଭାବରେ, ସାମାଜିକ ସଂଗଠନ “ଓଡ଼ିଶା ସ୍ବେଚ୍ଛାସେବୀ ସଙ୍ଘଠନ” ଆନୁକୁଲ୍ୟରେ ସମ୍ମାନିତ କରାଯାଇଛି ।ଏହି କାର୍ଯକ୍ରମର ପ୍ରାରମ୍ଭରେ ସଂଗଠନର କର୍ମକର୍ତା ସମେତ ସାମାଜିକ ଦୂରତା ବଜାୟ ରଖି ପ୍ରାରମ୍ଭରେ ବନ୍ଦେ ଉକ୍ରଳ ଜନନୀ ଗାନ କରିଥିଲେ । ଏହାପରେ ମୁଖ୍ୟ ପ୍ରତିଷ୍ଠାତା ଶ୍ରୀଯୁକ୍ତ କିରଣ କୁମାର ଶତପଥୀ ସଂଗଠନର ଆଭିମୁଖ୍ୟ ଏବଂ କର୍ମକର୍ତାଙ୍କ ପରିଚୟ ପ୍ରଦାନ କଲାପରେ,ସଂଗଠନର କର୍ମକର୍ତା ଶ୍ରୀ ତାରାପ୍ରସାଦ ଦାଶ ଶ୍ରୀ ପିନାକୀ ମିଶ୍ରଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ତେବେ ଏହି ମହାମାରୀ କରୋନା ପାଇଁ ବାହାରକୁ ଗଲେ ନିୟମିତ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିଲେ , କରୋନାକୁ ହରାଇ ପାରିବା ବୋଲି ବ୍ରହ୍ମପୁର ଏସପି ମତବ୍ୟକ୍ତ କରିଥିଲେ । ଉକ୍ତକାର୍ଯ୍ୟକ୍ରମରେ ସଂଗଠନର କର୍ମକର୍ତା ଭାବରେ ନାରାୟଣ ପାଣିଗ୍ରାହୀ,ସୀମାଞ୍ଚଳ ଡାକୁଆ, ବିଜୟ ରାଓ,ତାରାପ୍ରସାଦ ଦାଶ, ସୁଶାନ୍ତ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ


















