ବ୍ରହ୍ମପୁର,୧୫/୭(ବିଶ୍ୱରଞ୍ଜନ): ଵ୍ରହ୍ମପୁର (ଏସ.ପି ) ପିନାକ ମିଶ୍ର ଏବଂ ସହରର ଅନେକ ପୋଲିସ ଅଧିକାରୀ ସହରର ବିଭିନ୍ନ ଅଞ୍ଚଳ ବୁଲି ରାସ୍ତା କଡରେ ବସିଥିବା ପରିବା ବିକାଳି ଏବଂ ଅନ୍ୟ ଦୋକାନୀ ମାନଙ୍କୁ ମାସ୍କ ବାଣ୍ଟିବା ସହ ସଚେତନ କରିଥିଲେ । ସଚେତନ ବାର୍ତ୍ତା ଥିବା ଲେଖା ମଧ୍ୟ ଉକ୍ତ ଲୋକଙ୍କୁ ଦିଆଯାଇଥିଲା । କରୋନା ମହାମାରୀ ଜିଲ୍ଲାରେ ତାର ତାଣ୍ଡବ ଚଳାଇଥିବା ବେଳେ ପୋଲିସ ପକ୍ଷରୁ ଗରିବ ଏବଂ ଅପାଠୁଆ ଲୋକଙ୍କୁ ପୋଲିସ ସଚେତନ କରୁଥିବା ଯୋଗୁଁ ସବୁ ସ୍ତରରେ ପୋଲିସର ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି ।


















