Sunday, September 20, 2026
ADVERTISEMENT
Home ମୁଖ୍ୟ ଖବର ଆମେରିକାରେ ସମ୍ମାନିତ ହେଲେ ଓଡ଼ିଆ ପୁଅ, ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ପିପୁଲ୍‌ସ ଚଏସ...

ଆମେରିକାରେ ସମ୍ମାନିତ ହେଲେ ଓଡ଼ିଆ ପୁଅ, ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ପିପୁଲ୍‌ସ ଚଏସ ଆୱାର୍ଡ

459
ADVERTISEMENT

ଭୁବନେଶ୍ୱର,୨୮/୭ ଏଜେନସି : ପୁଣି ଓଡ଼ିଶା ପାଇଁ ଗୌରବ ଆଣି ଦେଲେ ଓଡ଼ିଆଙ୍କ ଗର୍ବ ସୁଦର୍ଶନ ପଟ୍ଟନାୟକ । ଆମେରିକାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଛି । ଆମେରିକାର ବୋଷ୍ଟନରେ ଚାଲିଥିବା ଅନ୍ତର୍ଜାତୀୟ ବାଲୁକାକଳା ଚାମ୍ପିଅନସିପରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିଛି ପିପୁଲ୍‌ସ ଚଏସ ଆୱାର୍ଡ । ଆମେରିକାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ନିଜ ବାଲୁକା କଳା ମାଧ୍ୟମରେ ସମସ୍ତଙ୍କ ମନ ମୋହି ପାରିଛନ୍ତି ଏହି ଓଡ଼ିଆ ପୁଅ । ଏହି ଚାମ୍ପିଅନସିପରେ ମୋଟ୍‌ ୧୫ଟି ଦେଶ ଭାଗ ନେଇଥିଲେ । ସମସ୍ତଙ୍କୁ ପଛରେ ପକାଇ ସୁଦର୍ଶନ ହାତେଇ ନେଇଛନ୍ତି ଟାଇଟଲ୍‌ । ଚାମ୍ପିଅନସିପରେ ବେଲଜିୟମ୍‌କୁ ସ୍କଲପଟର ଚଏସ ଏବଂ କାନାଡାକୁ ଜୁରି ଚଏସ୍‌ ସମ୍ମାନ ମିଳିଛି ବୋଲି ସୂଚନା ରହିଛି। ଏହି ଚାମ୍ପିଅନସିପରେ ସୁଦର୍ଶନ ପ୍ଲାଷ୍ଟିକ୍‌ ପ୍ରଦୂଷଣ ଉପରେ ବାଲୁକା କଳା ର୍ନିମାଣ କରି ସେଭ୍‌ ଓସିଏନର ବାର୍ତ୍ତା ଦେଇଥିଲେ। ଯାହା ଫଳରେ ପିପୁଲ୍‌ସ ଚଏସ ଆୱାର୍ଡ ହାତେଇ ପାରିଛନ୍ତି । ତେବେ ସେହି ବାଲୁକା କଳା ତିଆରି କରିବା ପାଇଁ ସୁଦର୍ଶନଙ୍କୁ ୩ ଦିନ ସମୟ ଲାଗିଥିଲା।

Advertisement